Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

‘ଧୋନୀ ଜଣେ ବହୁତ ଭଲ ଲିଡର, ସେ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବା ଉଚିତ’- ସୁବ୍ରମଣ୍ୟମ ସ୍ୱାମୀ

16/08/2020 at 2:14 PM

ନୂଆଦିଲ୍ଲୀ ୧୬/୦୮ : ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଶନିବାର ଦିନ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଥିବା ଘୋଷଣା କରିଛନ୍ତି | ସେ ନିଜ ଇନ୍ସଟାଗ୍ରାମ ଆକାଉଣ୍ଟରେ ଏନେଇ ଘୋଷଣା କରିଛନ୍ତି | ସେ ସନ୍ୟାସ ନେବାପରେ ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଧୋନୀଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି | ସେ କହିଛନ୍ତି ଧୋନୀ ନିର୍ବାଚନ ଲଢ଼ିବା ଉଚିତ | ଧୋନୀ ଏବେ ସୁଦ୍ଧା କୌଣସି ରାଜନୈତିକ ଦଳକୁ ସମର୍ଥନ କରିନାହାନ୍ତି |

ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ରବିବାର ଦିନ ନିଜ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ କରି ଧୋନୀଙ୍କୁ ପରାମର୍ଶ ଦେଇଛନ୍ତି | ସେ ଲେଖିଛନ୍ତି, ‘ଧୋନୀ କ୍ରିକେଟରୁ ଅବସର ନେଉଛନ୍ତି | କିନ୍ତୁ ଅନ୍ୟ କୌଣସିଥିରୁ ସେ ଅବସର ନେଉନାହାନ୍ତି | ଚ୍ୟାଲେଞ୍ଜ ସହ ଲଢ଼ିବା ପ୍ରତିଭା ଓ ଏକ ଟିମର ନେତୃତ୍ୱ ନେବାର କ୍ଷମତା ଥିବା ସେ କ୍ରିକେଟରେ ଦେଖାଇଛନ୍ତି | ଏହି କ୍ଷମତା ସାର୍ବଜନିକ ଜୀବନରେ ଆବଶ୍ୟକ | ସେ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବା ଉଚିତ |’

ଭାରତୀୟ କ୍ରିକେଟ ଟିମକୁ ନିଜ ଦକ୍ଷତା ବଳରେ ଉଚ୍ଚ ସ୍ଥାନରେ ପହଞ୍ଚାଇଥିବା ମହାନ କ୍ରିକେଟ ଖେଳାଳି ତଥା ଦୁଇଥର ବିଶ୍ୱକପ ବିଜେତା ଭାରତୀୟ ଖେଳାଳି ଧୋନୀ ଶନିବାର ଦିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି | କ୍ରିକେଟରୁ ଅବସର ନେବାପରେ ତାଙ୍କ ଭବିଷ୍ୟତକୁ ନେଇ ନାନା କଳ୍ପନା ଜଳ୍ପନା ଉପରେ ପୂର୍ଣ୍ଣଛେଦ ପଡିଛି |

ନିଜ ଅଧିନାୟକତ୍ୱ ଓ ଖେଳ ଦକ୍ଷତା ସହ କ୍ରିକେଟ ଇତିହାସରେ ଅନେକ ସୁନେଲି ଅଧ୍ୟାୟ ଲେଖିଛନ୍ତି ଧୋନୀ | ଧୋନୀଙ୍କ ଏହି ନିଷ୍ପତ୍ତି ପରେ କ୍ରିକେଟର ଏକ ଯୁଗର ଅନ୍ତ ଘଟିଛି | ଧୋନୀ ନିଜ ଇନ୍ସଟାଗ୍ରାମ ଆକାଉଣ୍ଟରେ ଲେଖିଛନ୍ତି, ‘ଏବେ ପର୍ଯ୍ୟନ୍ତ ଆପଣମାନଙ୍କ ସ୍ନେହ ଓ ସହଯୋଗ ପାଇଁ ଧନ୍ୟବାଦ | ସନ୍ଧ୍ୟା ୭ଟା ୨୯ ମିନିଟରେ ମୋତେ ଅବସରପ୍ରାପ୍ତ ବୋଲି ଭିବିନେବେ |’

   Related Posts