ବିଜେପି ସାଂସଦଙ୍କ ପୁଅଙ୍କୁ ଗୁଳିମାଡ, ଛାତିକୁ ଟାର୍ଗେଟ୍ କରି ଫେରାର ହୋଇଗଲେ ଦୁର୍ବୃତ୍ତ

Published By : Prameya-News7 Bureau | March 03, 2021 IST

ଲକ୍ଷ୍ନୌ, ୦୩|୦୩:  ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଆଇନ କାନୁନ ବ୍ୟବସ୍ଥା ବିଗିଡିବାରେ ଲାଗିଛି । ଏଠାରେ ବିଜେପି ସାଂସଦ କୌଶଳ କିଶୋରଙ୍କ ପୁଅ ଆୟୁଷଙ୍କୁ କିଛି ଦୁର୍ବୃତ୍ତ ଗୁଳିମାଡ କରିଛନ୍ତି । ଦୁର୍ବୃତ୍ତମାନେ ବାଇକରେ ଆସି ଗୁଳିମାଡ କରି ଫେରାର ହୋଇଯାଇଥିଲେ । ଲକ୍ଷ୍ନୌର ମାଡିୟାବ କ୍ଷେତ୍ରର ଛଠାମୀଲରେ ଏହି ଘଟଣା ଘଟିଛି ।

କୁହାଯାଉଛି ଯେ, ୩୦ ବର୍ଷୀୟ ଆୟୁଷଙ୍କୁ କିଛି ଦୁର୍ବୃତ୍ତ ବାଇକରେ ଆସି ଗୁଳି ମାଡ କରି ଫେରାର ହୋଇଯାଇଥିଲେ । ଗୁଳି ତାଙ୍କ ଛାଡିରେ ବାଜିଥିଲା । ଏବେ ସେ ଗୁରୁତର ଅବସ୍ଥାରେ ଟ୍ରାମା ସେଣ୍ଟରରେ ଭର୍ତ୍ତି ହୋଇଛନ୍ତି । ତେବେ ସେ ବିପଦମୁକ୍ତ ଥିବା ସୂଚନା ମିଳିଛି ।

ପୋଲିସର କହିବାନୁସାରେ, ସାଂସଦ କୌଶଳ କିଶୋରଙ୍କ ପୁଅ ଆୟୁଷଙ୍କୁ ଗୁଳି ଲାଗିଛି । ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ତାଙ୍କ ଅବସ୍ଥା ସ୍ଥିର ଅଛି । ମାମଲା ରୁଜୁ କରାଯାଇଛି । ଏବେ ତଦନ୍ତ ଜାରି ରହିଛି । ସୂଚନାଯୋଗ୍ୟ, ଗାଜିପରୁ କ୍ଷେତ୍ରରେ ମଙ୍ଗଳବାର ହୋଇଥିବା ଡକାୟତି ପରେ ବୁଧବାର ମାଡିୟାବରେ ବିଜେପି ସାଂସଦଙ୍କ ପୁଅ ଗୁଳିମାଡର ଶିକାର ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.