ପଶ୍ଚିମବଙ୍ଗରେ ବିଜେପି ଝଟ୍କା: ଟିଏମସିରେ ସାମିଲ ହେଲେ ବିଜେପି ସାଂସଦ ସୌମିତ୍ର ଖାନଙ୍କ ପତ୍ନୀ ସୁଜାତା ମଣ୍ଡଳ
21/12/2020 at 3:39 PM

କୋଲକାତା ୨୧/୧୨ : ପଶ୍ଚିମବଙ୍ଗରେ ଆଗାମୀ ବର୍ଷ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ମାହୋଲ ସରଗରମ ରହିଛି। ଦୁଇ ଦିନ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହଙ୍କ ପଶ୍ଚିମବଙ୍ଗ ଯାତ୍ରା ସମୟରେ ତୃଣମୂଳ କଂଗ୍ରେସର କିଛି ବଡ ନେତା ଟିଏମସି ଛାଡି ବିଜେପିରେ ସାମିଲ ହୋଇଥିଲେ। କିନ୍ତୁ ସୋମବାର ଦିନ ବିଜେପିର ଏକ ଝଟକା ଲାଗିଛି। ସୋମବାର ଦିନ ବିଜେପି ସାଂସଦ ସୌମିତ୍ର ଖାନଙ୍କ ପତ୍ନୀ ସୁଜାତା ମଣ୍ଡଳ ଟିଏମସିରେ ସାମିଲ ହୋଇଛନ୍ତି। ଦୁଇ ଦିନ ପୂର୍ବରୁ ଶୁଭେନ୍ଦୁ ଅଧିକାରୀ ଟିଏମସି ଛାଡି ବିଜେପିରେ ସାମିଲ ହୋଇଥିଲେ। ସୌମିତ୍ର ଖାନ ପଶ୍ଚିମବଙ୍ଗରେ ବିଜେପି ଯୁବ ମୋର୍ଚ୍ଚାର ଅଧ୍ୟକ୍ଷ ଅଛନ୍ତି।

ଟିଏମସିରେ ସାମିଲ ହେବା ସମୟରେ ସୁଜାତା ମଣ୍ଡଳଙ୍କ ସହ ଟିଏମସି ସାଂସଦ ସୌଗତ ରାୟ ଏବଂ ପ୍ରବକ୍ତା କୄନାଲ ଘୋଷ ମଧ୍ୟ ଉପସ୍ଥିତ ଥିଲେ। ସୁଜାତା ଆରୋପ ଲଗାଇଥିଲେ ଯେ ବିଜେପି ବର୍ତ୍ତମାନ ଅବସରବାଦୀ ଓ ଦାଗି ନେତାଙ୍କ ଦଳ ହୋଇଗଲାଣି। ସେ କହିଛନ୍ତି, “ମୁଁ ରାଜ୍ୟରେ ଦଳକୁ ଆଗକୁ ନେବା ପାଇଁ କାମ କରିଥିଲି କିନ୍ତୁ ତଥାପି ବିଜେପିରେ ସମ୍ମାନ ମିଳିଲାନି। ଜଣେ ମହିଳା ହୋଇଥିବାକୁ ଦଳରେ ରହିବା ପାଇଁ ମୋ ପାଇଁ ବହୁତ ମୁସକିଲ “
ପ୍ରଶାନ୍ତ କିଶୋର ସୋମବାର ଦିନ ଦାବି କରିଛନ୍ତି ଯେ, ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନରେ ବିଜେପିକୁ ଦୁଇ ଅଙ୍କ ପାର କରିବାକୁ ବହୁତ ପରିଶ୍ରମ କରିବାକୁ ପଡିବ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ଅଧ୍ୟକ୍ଷ ମମତା ବାନାର୍ଜୀ ପ୍ରଶାନ୍ତ କିଶୋରଙ୍କୁ ନିଜର ନିର୍ବାଚନୀ କୁଟିନୀତିଜ୍ଞ କରିଛନ୍ତି।