‘ସୁଭାଷ ଚନ୍ଦ୍ର ବୋଷଙ୍କୁ ମାରିଛି କଂଗ୍ରେସ’, ବିଜେପି ସାଂସଦ ସାକ୍ଷୀ ମହାରାଜଙ୍କ ବିବାଦୀୟ ବୟାନ
24/01/2021 at 12:05 PM

ନୂଆଦିଲ୍ଲୀ ୨୪।୦୧: ବିଜେପି ସାଂସଦ ସାକ୍ଷୀ ମହାରାଜଙ୍କ ପୁଣି ବିବାଦୀୟ ବୟାନ । ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ବିଜେପି ସାଂସଦ ସାକ୍ଷୀ ମହାରାଜ । ଏବେ ପୁଣି ଥରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ସାକ୍ଷୀ ମହାରାଜ । ନେତାଜୀଙ୍କୁ କଂଗ୍ରେସ ପାର୍ଟି ହିଁ ମାରିଛି ବୋଲି କହିଛନ୍ତି ସାଂସଦ ସାକ୍ଷୀ ମହାରାଜ ।
ଶନିବାର ଦିନ ନେତାଜୀଙ୍କ ୧୨୫ତମ ଜନ୍ମ ଦିବସ ଅବସରରେ ସାରାଦେଶ ପରାକ୍ରମ ଦିବସ ରୂପେ ପାଳନ କରୁଥିଲା । ଠିକ୍ ସେହିଦିନ ବିଜେପି ସାଂସଦ ସାକ୍ଷୀ ମହାରାଜ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ସାଂସଦ ନିଜ ବୟାନରେ କହିଛନ୍ତି ଯେ, କଂଗ୍ରେସ ପାର୍ଟି ହିଁ ସୁଭାଷ ଚନ୍ଦ୍ର ବୋଷଙ୍କୁ ମାରିଦେଇଛି । ଯଦି ସୁଭାଷ ଚନ୍ଦ୍ର ବୋଷ ବଞ୍ଚିଥାନ୍ତେ, ତେବେ ସେ ମହାତ୍ମା ଗାନ୍ଧି ଓ ପଣ୍ଡିତ ନେହୁରୁଙ୍କ ଠାରୁ ଅଧିକ ଲୋକପ୍ରିୟତା ହୋଇଥାନ୍ତେ । ନେତାଜୀଙ୍କ ଲୋକପ୍ରିୟତା ଆଗରେ କେହି ବି ତିଷ୍ଠି ପାରିନଥାନ୍ତେ । ଏକ ସାର୍ବଜନୀନ ସଭାରେ ଏପରି ବୟାନ ଦେଇଛନ୍ତି ବିଜେପି ସାଂସଦ ସାକ୍ଷୀ ମହାରାଜ ।
#WATCH | "My allegation is that Congress got Subhash Chandra Bose killed….Neither Mahatma Gandhi nor Pandit Nehru could stand in front of his popularity," said BJP MP Sakshi Maharaj in Unnao yesterday pic.twitter.com/gaJJ6Le4j6
— ANI UP (@ANINewsUP) January 24, 2021
ଅନ୍ୟପଟେ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ କୋଲକାତାରେ ଏକ ସଭାର ଆୟୋଜନ କରାଯାଇଥିଲା । ନେତାଜୀଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ସଭାର ଆୟୋଜନ କରାଯାଇଥିଲା । ଏହି ଦିନକୁ ସାରାଦେଶରେ ପରାକ୍ରମ ଦିବସ ରୂପେ ପାଳନ କରିବା ପାଇଁ ଭାରତ ସରକାର ଘୋଷଣା କରିଥିଲେ । ତେବେ କୋଲକାତାରେ ଶନିବାର ଦିନ ଆୟୋଜିତ ହୋଇଥିବା ସଭାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗଦେଇଥିଲା ।
ସୂଚନାଯୋଗ୍ୟ ଯେ, ନେତାଜୀ ସୁଭାଶ ଚନ୍ଦ୍ର ବୋଷଙ୍କ ଜନ୍ମ ୨୩ ଜାନୁଆରୀ, ୧୮୯୭ରେ ହୋଇଥିଲା । ଓଡିଶାର କଟକ ଜିଲ୍ଲାର ଆଇନଜୀବୀ ଜାନକୀନାଥ ବୋଷଙ୍କ ଘରେ ନେତାଜୀଙ୍କ ଜନ୍ମ । ନେତାଜୀ ଭାରତକୁ ସ୍ୱାଧୀନତା ଦେବାରେ ମହତ୍ତୂପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ଆଜାଦ ନିନ୍ଦ ଫୌଜର ସ୍ଥାପନା ମଧ୍ୟ ନେତାଜୀ କରିଥିଲେ । ୧୯ ଅଗଷ୍ଟ , ୧୯୪୫ରେ ଏକ ବିମାନ ଦୁର୍ଘଟଣାରେ ସୁଭାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁ ହୋଇଥିବା ଚର୍ଚ୍ଚା ହୋଇଥିଲା । ପରେ ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ।