Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପାଙ୍କ ଚୌକି ଟଳମଳ ! ସ୍ପଷ୍ଟୀକରଣ ରଖିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ…

21/07/2021 at 9:06 PM

ବେଙ୍ଗାଲୁରୁ ୨୧/୦୭ : କର୍ଣ୍ଣାଟକ ରାଜନୀତି ଏବେ ସରଗରମ । ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦିୟୁରପ୍ପାଙ୍କ ଆସନ ଯାଉଥିବା ଚର୍ଚ୍ଚା ହେଉଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡିବି ସଦାନନ୍ଦ ଗୌଡା । ସେ କହିଛନ୍ତି, ବର୍ତ୍ତମାନ କର୍ଣ୍ଣାଟକ ରାଜନୀତିରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । କାରଣ ଭାରତୀୟ ଜନତା ପାର୍ଟିର କେନ୍ଦ୍ର ନେତୃତ୍ବ କର୍ଣ୍ଣାଟକରେ ବିକାଶ ଏବଂ କୋଭିଡ୍-୧୯ର ପରିଚାଳନାରେ ବେଶ ସନ୍ତୁଷ୍ଟ ଅଛନ୍ତି । ତେଣୁ ବର୍ତ୍ତମାନ ରାଜ୍ୟରେ ନେତୃତ୍ବ ପରିବର୍ତ୍ତନ ହେବାର ନାହିଁ ।

ଗତ କିଛି ଦିନ ହେଲା ଶୁଣିବାକୁ ମିଳୁଥିଲା ଯେ, ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦିୟୁରପ୍ପାଙ୍କ ସ୍ଥାନରେ ଅନ୍ୟ କାହାକୁ ମୁଖ୍ୟମନ୍ତ୍ରୀ ଚୌକି ମିଳିପାରେ । ସେପଟେ ୟେଦିୟୁରପ୍ପା ମଧ୍ୟ ଇସ୍ତଫା ଦେବାକୁ ସଫା ସଫା ମନାକରିଦେଇଥିଲେ । ତେବେ ଏଭଳି ଖବର କାହିଁକି ଶୁଣିବାକୁ ମିଳୁଛି ତାହା ମଧ୍ୟ ସମସ୍ତଙ୍କୁ ଚକିତ କରୁଛି । କାରଣ ୟେଦିଙ୍କ କୋଭିଡ୍ ମୁକାବିଲା ଏବଂ ରାଜ୍ୟର ବିକାଶ ଗତିରେ ବିଜେପି ଶୀର୍ଷ ନେତୃତ୍ବ ସନ୍ତୁଷ୍ଟ ଅଛନ୍ତି ।

ଉତ୍ତର ବେଙ୍ଗାଲୁରୁରୁ ବିଜେପି ସାଂସଦ ଥିବା ସଦାନନ୍ଦ ଗୌଡା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ବିସ୍ତୃତ ଭାବେ ଅବଗତ କରାଯାଉଛି । ଆଗକୁ ମଧ୍ୟ ଏଭଳି ପ୍ରକ୍ରିୟା ଜାରି ରହିବ । ଯେ ପର୍ଯ୍ୟନ୍ତ ଶୀର୍ଷ ନେତୃତ୍ବ କୌଣସି ନିର୍ଣ୍ଣୟ ନେଇନାହାନ୍ତି ସେ ଯାଏଁ କର୍ଣ୍ଣାଟକରେ ନେତୃତ୍ବ ପରିବର୍ତ୍ତନର କୌଣସି ସମ୍ଭବନା ନାହିଁ ।

ସୂଚନାଯୋଗ୍ୟ, ବିଜେପି ପ୍ରଦେଶ ଅଧ୍ୟକ୍ଷ ନଳିନ କୁମାର କତୀଲଙ୍କ ଏକ ଅଡିଓ ଟେପ୍‌ ଭାଇରାଲ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଯେଉଁଥିରେ ସେ ନେତୃତ୍ବ ପରିବର୍ତ୍ତନ ହେବା ସହିତ ନୂଆ ଟିମ ଗଠନ ଦିଗରେ ଇସାରା କରିଥିଲେ । ଏଭଳି ବିବୃତିକୁ ନେଇ ଗୌଡା କହିଛନ୍ତି, ଏହାର କୌଣସି ସତ୍ୟତା ନାହିଁ ଏବଂ ଏହା ସମ୍ପୂର୍ଣ୍ଣ ଭାବେ ଭିତ୍ତି ହୀନ । କାରଣ ଏହାକୁ ପ୍ରଦେଶ ଅଧ୍ୟକ୍ଷ ନଳିନ କୁମାର କତୀଲ ନିଜେ ହିଁ ଜାଲ୍‌ ବୋଲି କହିଛନ୍ତି । ଏହା ଉପରେ ବର୍ତ୍ତମାନ ତଦନ୍ତ ଜାରି ରହିଛି । ବର୍ତ୍ତମାନ କର୍ଣ୍ଣାଟକରେ ନେତୃତ୍ବ ପରିବର୍ତ୍ତନର ସେଭଳି କୌଣସି ସମ୍ଭାବନା ନାହିଁ ।

   Related Posts