Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ଶୋଷଣ ଆରୋପ: ସଂସଦ ପରିସରରେ ଧାରଣାରେ ବସିଲେ ବିଜେପି ସାଂସଦ ରୂପା ଗାଙ୍ଗୁଲି

21/09/2020 at 1:31 PM

ନୂଆଦିଲ୍ଲୀ ୨୧/୦୯ : ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ଶୋଷଣ ମାମଲା ବର୍ତ୍ତମାନ ସଂସଦ ଯାଏଁ ପହଞ୍ଚିଛି । ବିଜେପି ସାଂସଦ ରୁପା ଗାଙ୍ଗୁଲି ଅନୁରାଗଙ୍କ ଉପରେ ହୋଇଥିବା ଆରୋପ ବିରୋଧରେ ସଂସଦ ପରିସରରେ ଧାରଣାରେ ବସିଛନ୍ତି । ଗତକାଲି ରାତିରେ ସଂସଦରେ ଏହି ପ୍ରସଙ୍ଗରେ ଖୁବ ଯୁକ୍ତିତର୍କ ହୋଇଥିଲା । ଆଜି ରୁପା ଗାଙ୍ଗୁଲି ସଂସଦ ପରିସରରେ ଧାରଣାରେ ବସିଛନ୍ତି ।

ରୁପା ଗାଙ୍ଗୁଲି ଦାବି କରିଛନ୍ତି ଯେ, ବଲିଉଡରେ କଳାକାରଙ୍କ ସହ ଯୌନ ଉତ୍ପୀଡ଼ନ ମାମଲା ସାମ୍ନାକୁ ଆସୁଛି । ମାମଲାର ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦିଆଯାଉ । ବଲିଉଡ ଅଭିନେତ୍ରୀ ପାୟଲ ଘୋଷ ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ଶୋଷଣ ଆରୋପ ଲଗାଇବା ପରେ ମାମଲା ସାମ୍ନାକୁ ଆସିଛି । ସେ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାହାଯ୍ୟ ମାଗିଥିଲେ । ପାୟଲ ଆଜି ମୁମ୍ବାଇ ଓସିବାରା ଥାନାରେ ଅନୁରାଗଙ୍କ ବିରୋଧରେ ଏଫଆଇଆର ରୁଜ୍ଜୁ କରିପାରନ୍ତି । 

   Related Posts