ପ୍ରୟାଗରାଜ ୧୭/୧୧: ପ୍ରୟାଗରାଜର ବିଜେପି ସାଂସଦ ରୀତା ବହୁଗୁଣା ଜୋଶୀଙ୍କ ନାତୁଣୀଙ୍କ ବାଣରେ ପୋଡ଼ି ମୃତ୍ୟୁ ହୋଇଛି। ରୀତା ବହୁଗୁଣା ଜୋଶୀଙ୍କ ପୁଅ ମୟଙ୍କ ଜୋଶୀଙ୍କ ୬ବର୍ଷର ଝିଅ କିୟାଙ୍କ ବାଣରେ ପୋଡ଼ି ମୃତ୍ୟୁ ହୋଇଛି। କିୟା ଦୀପାବଳି ରାତିରେ ଛାତ ଉପରେ ଖେଳୁଥିବାବେଳେ ବାଣରେ ଜଳି ଯାଇଥିଲେ।ଏହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ରୀତା ବହୁଗୁଣା ଜୋଶୀ ପ୍ରୟାଗରାଜ ସଂସଦ ଆସନରୁ ବିଜେପି ସାଂସଦ ଅଛନ୍ତି। ଦୀପାବଳି ରାତିରେ ତାଙ୍କ ପରିବାର ପ୍ରୟାଗରାଜରେ ଥିଲା।
ସୂଚନା ଅନୁଯାୟୀ ଦୀପାବଳି ରାତିରେ କିୟା ଅନ୍ୟ ପିଲାଙ୍କ ସହ ଛାତ ଉପରେ ଖେଳିବା ପାଇଁ ଯାଇଥିଲେ। ସନ୍ଦେହ କରାଯାଉଛି ଯେ ସେହି ସମୟରେ କାହା ଦ୍ବାରା ଛଡ଼ାଯାଇଥିବା ବାଣରୁ କିୟାଙ୍କ ଡ୍ରେସରେ ନିଆଁ ଲାଗିଯାଇଥିଲା। ୬ବର୍ଷର ନିରୀହ କିୟା ଦୀପାବଳି ରାତିରେ ଫ୍ୟାନସି ଡ୍ରେସ୍ ପିନ୍ଧିଥିଲେ।
ସୂଚନା ଅନୁଯାୟୀ ଡ୍ରେସରେ ନିଆଁ ଲାଗିଯାଇଥିବା ଦେଖି କିୟା ଚିତ୍କାର କରିଥିଲେ। କିନ୍ତୁ ଘରଲୋକେ ଭାବିଥିଲେ ଯେ ସେମାନେ ସମସ୍ତେ ମିଶି ଖେଳୁଛନ୍ତି। ଏଥିପାଇଁ ସେମାନେ ଏହାପ୍ରତି ଧ୍ୟାନ ଦେଇନଥିଲେ ଏବଂ କେହି ତାଙ୍କୁ ଦେଖିବାକୁ ଯାଇନଥିଲେ। ଅନେକ ଡେରିରେ ଛାତ ଉପରକୁ ଯାଇ ଦେଖିବାରୁ ିାଙ୍କର ଅଧିକାଂଶ ଶରୀର ପୋଡ଼ିଯାଇଥିଲା। କିୟାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେତେବେଳ ସୁଦ୍ଧା ସେ ପୂରାପୂରି ପୋଡ଼ି ଯାଇଥିଲେ।