Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ବିଜେପିର ବଡ ଘୋଷଣା- ପାର୍ଟିର ସାଂସଦ ଦେବେ ୧ କୋଟି, ବିଧାୟକ ଦାନ କରିବେ ଗୋଟିଏ ମାସର ଦରମା

28/03/2020 at 5:10 PM

ନୂଆଦିଲ୍ଲୀ ୨୮।୦୩: ମହାମାରୀ କରୋନା ଭାଇରସ୍ ଲଢେଇରେ ପୂରା ଦେଶର ନିଜର ସମସ୍ତ ଶକ୍ତି ଲଗାଇ ଦେଇଛି। ଲୋକେ ନିଜର ଦରମା ଓ ଅତ୍ୟାବଶ୍ୟକ ସାମଗ୍ରୀ ଦାନ କରୁଛନ୍ତି। ଏବେ ଏହି ଘଡିସନ୍ଧି ମୁହୂର୍ତ୍ତରେ ବିଜେପି ବଡ ଘୋଷଣା କରିଛି। ପାର୍ଟି ସଭାପତି ଜେପି ନଡ୍ଡା କହିଛନ୍ତି ଯେ, ପାର୍ଟିର ସମସ୍ତ ବିଧାୟକ ଓ ସାଂସଦ ନିଜର ଗୋଟିଏ ମାସର ମାନଦେୟ କିମ୍ବା ବେତନ କରୋନା ଭାଇରସ୍ ଲଢେଇ ପାଇଁ ଦାନ କରିବେ। ସାଂସଦ ଓ ବିଧାୟକ ଗରିବଙ୍କ ସାହାଯ୍ୟ ଓ ଭାଇରସର ପ୍ରତିହତ ପାଇଁ କେନ୍ଦ୍ରୀୟ ରିଲିଫ ପାଣ୍ଠିକୁ ଦାନ କରିବେ।

ଜେପି ନଡ୍ଡା କହିଛନ୍ତି ଯେ, ସମସ୍ତ ବିଜେପି ସାଂସଦ କରୋନା ପ୍ରତିରୋଧ ପାଇଁ ସରକାରଙ୍କ ଦ୍ଵାରା ନିଆଯାଉଥିବା ସମସ୍ତ ପଦକ୍ଷେପରେ ସାହାଯ୍ୟ ପାଇଁ ନିଜର ସାଂସଦ ପାଣ୍ଠିରୁ ଏକ କୋଟି ଟଙ୍କା କେନ୍ଦ୍ରୀୟ ସହାୟତ କୋଷକୁ ପ୍ରଦାନ କରିବେ।

ଉଲ୍ଲେଖଯୋଗ୍ୟ, କରୋନା ମୁକାବିଲା ପାଇଁ ଶିଳ୍ପପତିଙ୍କଠୁ ନେଇ କ୍ରୀଡାବିତ୍ ଏବଂ ଅଭିନେତା, ଅଭିନେତ୍ରୀ ମାନେ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। କେହି କେହି କର୍ମଚାରୀ ନିଜର ଗୋଟିଏ ମାସର ଦରମା ଦେଉଛନ୍ତି ତ ଆଉ କିଏ ଗରିବଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଦାନ କରୁଛନ୍ତି। ଏପରିକି ଦେଶର ଅନେକ ଧାର୍ମିକ ପୀଠ ମଧ୍ୟ ଏହି ଘଡିସନ୍ଧି ସମୟରେ ସାହାଯ୍ୟର ହାତ ବଢାଇଛନ୍ତି। ତିରୁପତିର  ବାଲାଜୀ ମନ୍ଦିର କରୋନା ମୁକାବିଲା ପାଇଁ ୫୦ କୋଟି ଟଙ୍କା ଦାନ ଦେଇଛନ୍ତି। ଅନେକ ରାଜ୍ୟର ବିଧାୟକମାନେ ମଧ୍ୟ ଆଗକୁ ଆସି ଆର୍ଥିକ ସହାୟତା ଦେଉଛନ୍ତି।

   Related Posts