Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||

ଜୟାଙ୍କୁ ରବି କିଷନଙ୍କ ଜବାବ୍: ‘ଅଳିଆ ଥାଳି ସଫା କରିବି, ଛେଦ ବି କରିବି, ଇଣ୍ଡଷ୍ଟ୍ରିରୁ ଡ୍ରଗ୍ସ ସଫେଇ ନିହାତି ଜରୁରୀ’

17/09/2020 at 1:38 PM

ମୁମ୍ବାଇ ୧୭/୦୯ : ବଲିଉଡରେ ଡ୍ରଗ୍ସ ବ୍ୟବହାର ମାମଲା ଓ ତସ୍କରୀ ମାମଲା ଥମିବାର ନାଁ ନେଉନାହିଁ । ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବଲିଉଡ ଓ ଭୋଜପୁରୀ ତଥା ବଲିଉଡ ଅଭିନେତା ଓ ଗୋରଖପୁର ବିଜେପି ସାଂସଦ ରବି କିଷନ ବଲିଉଡରେ ଡ୍ରଗ୍ସ ବ୍ୟବହାର ପ୍ରସଙ୍ଗ ଉଠାଇଥିଲେ । ଏହାପରେ ଏହି ପ୍ରସଙ୍ଗ ସଂସଦ ବାହାରେ ମଧ୍ୟ ତେଜିଥିଲା । ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ଦ୍ୱିତୀୟ ଦିନ ରବି କିଷାନଙ୍କ ନାଁ ନ ନେଇ ତାଙ୍କୁ ଟାର୍ଗେଟ କରି କହିଥିଲେ, ‘କିଛି ଲୋକ ଯେଉଁ ଥାଳିରେ ଖାଆନ୍ତି, ସେହି ଥାଳିରେ ଛେଦ କରୁଛନ୍ତି ।’ ଜୟାଙ୍କ ଏହି ଆକ୍ଷେପ ପରେ ବାଦବିବାଦ ଲାଗି ରହିଛି । କିଛି ସେଲିବ୍ରିଟି ଜୟାଙ୍କୁ ସମର୍ଥନ କରୁଥିବାବେଳେ କିଛି ସେଲିବ୍ରିଟି ରବି କିଷନଙ୍କୁ ସମର୍ଥନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ରବି କିଷନ ମୋଦିଙ୍କୁ ଶୁଭକାମନା ଜଣାଇଛନ୍ତି । ଏହାସହ ବଲିଉଡରୁ ଡ୍ରଗ୍ସ ସଫେଇ କରିଦେବେ ବୋଲି ଏକ ସାକ୍ଷାତକାରରେ କହିଛନ୍ତି । ସେ କହିଛନ୍ତି ଯେ ବଲିଉଡରେ ଡ୍ରଗ୍ସର ସ୍ୱଚ୍ଛତା ଅଭିଯାନ ବହୁତ ଜରୁରୀ । ଏହି ଅଭିଯାନ ଦେଶର ଯୁବପିଢୀ ଓ ବଲିଉଡର ଯୁବପିଢୀଙ୍କୁ ବନ୍ଚିଵାକୁ ହେବ । ପଡୋଶୀ ଦେଶ ବଲିଉଡ ଓ ଦେଶର ଯୁବପିଢୀଙ୍କୁ ଡ୍ରଗ୍ସ ନିଶାରେ ତାଙ୍କୁ ପଥଭ୍ରାନ୍ତ କରୁଛନ୍ତି । ଏହାର ସଫେଇ କରିବାକୁ ହେବ ବୋଲି ରବି କିଷାନ କହିଛନ୍ତି ।

ସେ କହିଛନ୍ତି କିଛି ଲେଫ୍ଟ ମାଇଣ୍ଡ ଲୋକ, ଅଲଗା ବିଚାରଧାରା ଲୋକ ବଲିଉଡରେ ପସିଯାଇଛନ୍ତି । ସରକାର ବଲିଉଡ ବିରୋଧରେ ଅଛନ୍ତି ବୋଲି ସେମାନେ ମିଥ୍ୟା ପ୍ରଚାର କରୁଛନ୍ତି । କିନ୍ତୁ ବର୍ଷେ ଭିତରେ ପ୍ରଧାନମନ୍ତ୍ରୀ ବଲିଉଡ ସେଲିବ୍ରିଟିଙ୍କୁ ଆମନ୍ତ୍ରିତ କରିଥିଲେ, ବହୁତ ସମ୍ମାନ ଦେଇଥିଲେ, ତାକୁ ମନେ ପକାନ୍ତୁ । ବଲିଉଡକୁ ପ୍ରଧାନମନ୍ତ୍ରୀ ବହୁତ ଭଲ ପାଆନ୍ତି । କିନ୍ତୁ କିଛି ଲୋକଙ୍କ ବିଚାରଧାରା ପାଇଁ ଅନ୍ୟମାନେ ମଧ୍ୟ ଭଡକୀ ଯାଉଛନ୍ତି ବୋଲି ରବି କିଷାନ ସାକ୍ଷାତକାରରେ କହିଛନ୍ତି ।

ଆଗକୁ ସେ କହିଛନ୍ତି ଯେ, ବଲିଉଡରେ କିଛି ଲୋକ ଖରାପ, ନଚେତ ଇଣ୍ଡଷ୍ଟ୍ରି ବହୁତ ସୁନ୍ଦର । କୌଣସି ବାପା-ମା ଚାହନ୍ତିନି ଯେ ତାଙ୍କ ପୁଅଝିଅ ନିଶାସକ୍ତ ହେଉ, ମାନସିକ ଅବସାଦର ଶିକାର ହୁଅନ୍ତୁ । ଜୟାଙ୍କ ଥାଳି ବୟାନକୁ ନେଇ ରବି କିଷାନ କହିଥିଲେ, ଯେଉଁ ଥାଳିରେ ଡ୍ରଗ୍ସ ଭଳି ଅଳିଆ ଅଛି, ସେ ତାକୁ ସଫା ମଧ୍ୟ କରିବେ, ଛେଦ ମଧ୍ୟ କରିବେ ।

   Related Posts