ଡ୍ରଗ୍ସ ମାଫିଆଙ୍କ ଠାରୁ ଧମକ ମିଳିବା ପରେ ବିଜେପି ସାଂସଦ ରବି କିଷନଙ୍କ ପ୍ରତିକ୍ରିୟା-'ଦେଶର ଭବିଷ୍ୟତ ପାଇଁ ଗୁଳି ଖାଇବାକୁ ବି ପ୍ରସ୍ତୁତ'

Published By : Prameya-News7 Bureau | September 27, 2020 IST

ନୂଆଦିଲ୍ଲୀ ୨୭/୦୯ : ଗୋରଖପୁର ବିଜେପି ସାଂସଦ ରବି କିଷନ ଧମକ ମାମଲାରେ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ସେ ସର୍ବଦା ସ୍ୱର ଉଠାଇବେ । ସେ ନିଜ ଜୀବନ ପ୍ରତି ଚିନ୍ତିତ ନୁହନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରି ଓ ଯୁବପିଢୀର ଭବିଷ୍ୟତ ପାଇଁ ନିଶ୍ଚୟ ନିଜ ପକ୍ଷ ରଖିବେ ବୋଲି କହିଛନ୍ତି ରବି । ସୂଚନାଯୋଗ୍ୟ ଯେ ଅଭିନେତା ତଥା ସାଂସଦ ରବି କିଷନଙ୍କୁ ଡ୍ରଗ୍ସ ମାଫିଆଙ୍କ ଠାରୁ ଜୀବନରେ ମାରିଦେବାକୁ ଧମକ ମିଳୁଛି । ରବି କିଷନ କହିଛନ୍ତି, "ଦେଶର ଭବିଷ୍ୟତ ପାଇଁ ଦୁଇ-ଚାରିଟି ଗୁଳି ଖାଇଲେ ମଧ୍ୟ କିଛି ଚିନ୍ତା ନାହିଁ ।"

wp:core-embed/twitter {"url":"https://twitter.com/i/status/1309860330365878272","type":"rich","providerNameSlug":"twitter","className":""}
https://twitter.com/i/status/1309860330365878272
/wp:core-embed/twitter

ସୂଚନାଯୋଗ୍ୟ ଯେ, ରବି କିଷନ ସଂସଦରେ ବଲିଉଡରେ ଡ୍ରଗ୍ସ ନେଟୱାର୍କ ପ୍ରସଙ୍ଗ ଉଠାଇଥିଲେ । ଏହାପରେ ତାଙ୍କୁ ଡ୍ରଗ୍ସ ମାଫିଆ ଠାରୁ ଜୀବନରେ ମାରିଦେବାକୁ ଧମକ ଆସୁଛି । ରବି କିଷନ ଶନିବାର ଦିନ ଦିଲ୍ଲୀରୁ ଗୋରଖପୁର ଯାଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ଏହି ମାମଲାରେ ସେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ସାକ୍ଷାତ ମଧ୍ୟ କରିପାରନ୍ତି ଏବଂ ଧମକକୁ ନେଇ ଯୋଗୀଙ୍କୁ ସୂଚନା ମଧ୍ୟ ଦେଇପାରନ୍ତି ।

{"id":335103,"sizeSlug":"large"}

ଲୋକସଭାରେ ଏହି ପ୍ରସଙ୍ଗ ଉଠାଇବା ପୂର୍ବରୁ ମଧ୍ୟ ରବି କିଷନ ବଲିଉଡ ଓ ଦେଶରେ ବିସ୍ତାର କରୁଥିବା ଡ୍ରଗ୍ସ କନେକ୍ସନ ପ୍ରସଙ୍ଗରେ ଉଠାଇଥିଲେ । ସୁଶାନ୍ତ ସିଂହ ରାଜପୁତ ମାମଲାରେ ଡ୍ରଗ୍ସ ଏଙ୍ଗଲରେ ତଦନ୍ତ ହେବାପରେ ରବି କିଷନ ଏକ ଗଣମାଧ୍ୟମ ଚାନେଲ ସହ କଥାବାର୍ତ୍ତା କରି କହିଥିଲେ ଯେ ଦେଶରେ ହଜାର କୋଟି ଟଙ୍କାର ଡ୍ରଗ୍ସ କାରବାର ଚାଲିଛି । କିନ୍ତୁ ବଲିଉଡରେ ଏତେ ବଡ଼ ପରିମାଣରେ ଡ୍ରଗ୍ସ କନେକ୍ସନ ସାମ୍ନାକୁ ଆସିବାପରେ ସେ ଆଶ୍ଚର୍ଯ୍ୟ ବ୍ୟକ୍ତ କରି କହିଥିଲେ ଯେ ସେ ଜାଣିନଥିଲେ ଯେ ଡ୍ରଗ୍ସ ବଲିଉଡକୁ ଏହିଭଳି ଭାବେ ନିଜ ଜାଲରେ ଫସାଇ ସାରିଛି । ରବି କିଷନ କହିଥିଲେ ଯେ, ପଡୋଶୀ ଦେଶ ଡ୍ରଗ୍ସ ମାଧ୍ୟମରେ ଦେଶର ଯୁବପିଢୀକୁ ବିଗାଡିବାକୁ ଉଦ୍ୟମ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.