ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ରାକେଶ ସିହ୍ନା ଆଣିବେ ପ୍ରାଇଭେଟ୍ ମେମ୍ବର ବିଲ୍

Published By : Prameya-News7 Bureau | November 01, 2018 IST

ନୂଆଦିଲ୍ଲୀ୧|୧୧: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରାଇଭେଟ୍‌ ମେମ୍ବର ବିଲ୍‌ ଆଣିବେ ବିଜେପି ସାଂସଦ ରାକେଶ ସିହ୍ନା ।ତେବେ ତାଙ୍କର ଏହି ବିଲ୍‌କୁ କ'ଣ ଅନ୍ୟ ଦଳର ନେତାମାନେ ସମର୍ଥନ କରିବେ ବୋଲି କି ସେ ନିଜ ଟ୍ବିଟ୍‌ରେ ପ୍ରଶ୍ନ କରିଛନ୍ତି । ଅଯୋଧ୍ୟା ମାମଲାରେ ନିୟମିତ ଶୁଣାଣି ପାଇଁ ସୁପ୍ରିମକୋର୍ଟ ଆସନ୍ତା ଜାନୁଆରୀରେ ତାରିଖ ଧାର୍ଯ୍ୟ କରିବେ । କିନ୍ତୁ ଏପରି ସ୍ଥିତିରେ ବିଜେପି ସାଂସଦ ରାକେଶ ସିହ୍ନାଙ୍କ ପ୍ରାଇଭେଟ୍‌ ମେମ୍ବର ବିଲ୍‌ ପାଇଁ ପ୍ରସ୍ତାବ ଅଯୋଧ୍ୟା ରାଜନୀତିକୁ ନୂଆ ମୋଡ଼ ଦେଇପାରେ । ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାରେ ଶୁଣାଣି ଘୁଞ୍ଚିବା ପରେ ସାଧୁସନ୍ଥ ଏବଂ କେତେକ ହିନ୍ଦୁତ୍ବବାଦୀ ସଂଗଠନ ପକ୍ଷରୁ ରାମ ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣିବାକୁ ଦାବି ହେଉଛି । ଯେଉଁମାନେ ରାମ ମନ୍ଦିର ନିର୍ମାଣ ମାମଲାରେ ବିଜେପି ଓ ଆରଏସଏସ୍‌କୁ ସମଲୋଚନା କରୁଛନ୍ତି ସେମାନେ ଏହି ବିଲ୍‌କୁ ସମର୍ଥନ କରିବେ ବୋଲି କି ପ୍ରଶ୍ନ କରିଛନ୍ତି ରାକେଶ ସିହ୍ନା । ଏହି ଟ୍ବିଟ୍‌କୁ ସେ ରାହୁଲ ଗାନ୍ଧି, ଅଖିଳେଶ ଯାଦବ, ସୀତାରାମ ୟେଚୁରୀ, ଲାଲୁ ପ୍ରସାଦ ଯାଦବ ଓ ଚନ୍ଦ୍ରବାବୁ ନାଇଡୁଙ୍କୁ ଟ୍ୟାଗ୍ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.