ବିଜେପି ସାଂସଦଙ୍କ ଦାବି- 'ଯେଉଁ ପ୍ରଯୋଜକମାନେ ସୁଶାନ୍ତ ସିଂହଙ୍କୁ ଫିଲ୍ମରୁ ବାହାର କରିଥିଲେ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଉ'

Published By : Prameya-News7 Bureau | June 16, 2020 IST

ମୁମ୍ବାଇ ୧୬/୦୬ : ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ ତାଙ୍କ ଆତ୍ମହତ୍ୟାକୁ ନେଇ ନାନା ବୟାନ ସାମ୍ନାକୁ ଆସିଛି | ବିଜେପି ସାଂସଦ ନିଶିକାନ୍ତ ଦୁବେ ଏକ ଭିଡିଓ ଜାରି କରି ପୂର୍ବାଞ୍ଚଳ କଳାକାରଙ୍କୁ ଅପିଲ କରିଛନ୍ତି ଯେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଭାଇ, ପୁତୁରା, ସିଣ୍ଡିକେଟ, ମାଫିଆ ବିରୋଧରେ ସଂଘର୍ଷ ଆରମ୍ଭ ହେବା ଉଚିତ | ନିଜ ଟ୍ୱିଟର ପେଜରେ ଏକ ଭିଡିଓ ସେୟାର କରି ଭିଡିଓ ମାଧ୍ୟମରେ  ବିଜେପି ସାଂସଦ କହିଁଇଛନ୍ତି ଯେ, ସୁଶାନ୍ତ ସିଂହ ରାଜପୁତଙ୍କ ନିଧନର ନ୍ୟାୟିକ ଯାଞ୍ଚ ହେବା ଆବଶ୍ୟକ | ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରିରେ ବ୍ୟାପ୍ତ ମାଫିଆଗିରି, ସିଣ୍ଡିକେଟକୁ ଶେଷ କରିବା ପାଇଁ ପୂର୍ବାଞ୍ଚଳ କଳାକାରଙ୍କୁ ସଂଘର୍ଷର ବିଗୁଲ ଫୁଙ୍କିବା ଉଚିତ | ପୂର୍ବାଞ୍ଚଳ, ବିହାର, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଏବଂ ଛତିଶଗଡ଼ ଲୋକଙ୍କ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରି ଚାଲୁଛି ବୋଲି କହଛନ୍ତି ବିଜେପି ସାଂସଦ | କିନ୍ତୁ ଏହିସବୁ ଜାଗାରେ ପିଲାମାନେ ଯେତେବେଳେ ମୁମ୍ବାଇ ଯାଆନ୍ତି ସେତେବେଳେ ତାଙ୍କୁ ପ୍ରତାଡ଼ିତ କରାଯାଇଥାଏ, ହତୋତ୍ସାହିତ କରାଯାଇଥାଏ, ଆତ୍ମହତ୍ୟା କିମ୍ବା କ୍ୟାରିଅର ପାଇଁ ତାଙ୍କୁ ଭିକ ମାଗିବାକୁ ବାଧ୍ୟ କରିଦିଆଯାଇଥାଏ |  

wp:core-embed/twitter {"url":"https://twitter.com/i/status/1272552885239201792","type":"rich","providerNameSlug":"twitter","className":""}
https://twitter.com/i/status/1272552885239201792
/wp:core-embed/twitter

ବିଜେପି ସାଂସଦ କହିଛନ୍ତି, ଗୋଟେ ସମୟରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ମାଫିଆ ଡନ ଦାଉଦ ଇବ୍ରାହିମ କବଜା କରିଥିଲା | କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏହାକୁ ଇଣ୍ଡଷ୍ଟ୍ରିର ଦର୍ଜା ଦେଇ ସୁଧାରିବାକୁ ଚେଷ୍ଟା କରିଥିଲେ | ଏହାପରେ ମୁମ୍ବାଇରେ ଏଉ ଏକ ସିଣ୍ଡିକେଟ ଭାଇ-ପୁତୁରା ସମ୍ପର୍କ ଭାରି ପଡିଥିଲା | ଯେତେବେଳେ ପୂର୍ବାଞ୍ଚଳର କୌଣସି କଳାକାର ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଯିବାକୁ ଚେଷ୍ଟା କରେ ସେତେବେଳେ ତାକୁ ଦଲାଲି କିମ୍ବା ଭ୍ରଷ୍ଟାଚାର ଦ୍ୱାରା ପ୍ରତାଡ଼ିତ କରିବାକୁ ଉଦ୍ୟମ କରାଯାଇଥାଏ |  ସେ ଆହୁରି କହିଛନ୍ତି ଯେ ପୂର୍ବାଞ୍ଚଳ କଳାକାରଙ୍କୁ ସରକାର ଅପିଲ କରିବା ଉଚିତ ଯେ ସେମାନେ ଅଲଗା ଫିଲ୍ମ ଇଣ୍ଡଷ୍ଟ୍ରି ତିଆରି କରିବେ | ଏହାସହ ଯେଉଁ ପ୍ରଯୋଜକମାନେ ସୁଶାନ୍ତ ସିଂହଙ୍କ ଫିଲ୍ମକୁ ବଏକଟ କରିଥିଲେ, ତାଙ୍କୁ ଫିଲ୍ମରୁ ବାହାର କରିଥିଲେ ସେମାନଙ୍କ ବିରୋଧରେ ମାମଲା ରୁଜ୍ଜୁ କରି ଆତ୍ମହତ୍ୟା ପାଇଁ ଉସୁକାଇଥିବା ମାମଲା ରୁଜ୍ଜୁ କରିବା ପୋଲିସକୁ ଦାବି କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.