Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||

ଭୋଟ୍ ଦେବା ପରେ ଆସିଲା ପଜିଟିଭ୍ ରିପୋର୍ଟ: ମଧ୍ୟପ୍ରଦେଶ ବିଜେପି ବିଧାୟକ ଓ ତାଙ୍କ ପତ୍ନୀ କରୋନା ଆକ୍ରାନ୍ତ, ଏବେ ଟ୍ରାଭେଲ୍ ହିଷ୍ଟ୍ରିକୁ ନେଇ ଟେନସନ୍

20/06/2020 at 6:13 PM

ଭୋପାଳ, ୨୦|୦୬ : ମଧ୍ୟପ୍ରଦେଶ ରାଜ୍ୟସଭା ନିର୍ବାଚନ ପୂର୍ବରୁ ଜଣେ କଂଗ୍ରେସ ବିଧାୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଫଳରେ ଗୃହରେ ଭୟର ବାତାବରଣ ଖେଳିଯାଇଥିଲା । ଏବେ ରାଜ୍ୟସଭା ନିର୍ବାଚନରେ ଭୋଟ ଦେଇଥିବା ଶାସକ ବିଜେପିର ଜଣେ ବିଧାୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କ ପତ୍ନୀ ମଧ୍ୟ କରୋନା ପଜିଟିଭ୍ ଥିବା ଜଣାପଡିଛି ।

ମଧ୍ୟପ୍ରଦେଶର ଯାବଦ ବିଧାନସଭାରୁ ବିଜେପି ବିଧାୟକ ଓମପ୍ରକାଶ ସକଲେଚାଙ୍କ କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଛି । ତାଙ୍କ ପତ୍ନୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଶୁକ୍ରବାର ତାଙ୍କ ପତ୍ନୀଙ୍କୁ ଜ୍ୱର ଆସିଥିଲା । ଏହାପରେ ସେ ଓ ପତ୍ନୀ ଟେଷ୍ଟ୍ ପାଇଁ ଭୋପାଳର ଏକ ଘରୋଇ ଲ୍ୟାବକୁ ଯାଇଥିଲେ । ରାତି ପ୍ରାୟ ୧୦ଟା ୩୦ରେ ରିପୋର୍ଟ ଅସିଥିଲା । ସେ ଓ ତାଙ୍କ ପତ୍ନୀ କରୋନା ପଜିଟିଭ୍ ବୋଲି ଜଣାପଡିଥିଲା । ରାଜ୍ୟସଭା ନିର୍ବାଚଳ ବେଳେ ଏହି କରୋନା ପଜିଟିଭ୍ ବିଧାୟକଙ୍କ ସହ ଅନ୍ୟ ବିଧାୟକ ଓ ବିଧାନସଭା କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ ।

ରିପୋର୍ଟ ଆସିବା ପରେ ଅନ୍ୟ ବିଧାୟକଙ୍କ ଚିନ୍ତା ବଢିଯାଇଛି । ସୂଚନାଯୋଗ୍ୟ, ଭୋଟ ଦେବା ପାଇଁ କଂଗ୍ରେସର ଜଣେ କରୋନା ପଜିଟିଭ୍ ବିଧାୟକ କୃଣାଳ ଚୌଧରୀ ପିପିଇ ପିନ୍ଧି ଆସିଥିଲେ । ସେ ପଜିଟିଭ୍ ଚିହ୍ନଟ ହେବା ପରେ କଂଗ୍ରେସ ଏହାକୁ ଏକ ଷଡଯନ୍ତ୍ର କହିବା ସହ ସମସ୍ତ ବିଧାୟକଙ୍କ ଟେଷ୍ଟ କରିବାକୁ ଦାବି କରିଥିଲା ।

   Related Posts