ସୁଶାନ୍ତ ସିଂହ ରାଜପୁତଙ୍କ ପରିବାରକୁ ସାକ୍ଷାତ କଲେ ବିଜେପି ସାଂସଦ ମନୋଜ ତିୱାରୀ : କହିଲେ, 'ଦୋଷୀ ନିଶ୍ଚୟ ଦଣ୍ଡ ପାଇବେ'

Published By : Prameya-News7 Bureau | June 22, 2020 IST

ପାଟଣା ୨୨/୦୬ : ଭୋଜପୁରୀ ଫିଲ୍ମର ସୁପରହିଟ ଅଭିନେତା ତଥା ବିଜେପି ସାଂସଦ ମନୋଜ ତିୱାରୀ ସୋମବାର ଦିନ ପାଟଣାରେ ପହଞ୍ଚିଛନ୍ତି | ମନୋଜ ତିୱାରୀ ବଲିଉଡର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପରିବାରକୁ ସାକ୍ଷାତ କରିବା ପାଇଁ ତାଙ୍କ ବାସଭବନରେ ପହଞ୍ଚିଥିଲେ | ସୁଶାନ୍ତ ସିଂହଙ୍କ ପରିବାର ଲୋକଙ୍କ ସହିତ ସାକ୍ଷାତ କରି ସେ ଵିହଟାରେ ଶହୀଦଙ୍କ ପରିବାରକୁ ସାକ୍ଷାତ କରିବେ | ମନୋଜ ତିୱାରୀ କହିଛନ୍ତି ଯେ ସୁଶାନ୍ତ ସିଂହଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦ ଘଟଣା | ସେ ଏହି ମାମଲାର ଯାଞ୍ଚ ଦାବି କରିଛନ୍ତି |

ମନୋଜ ତିୱାରୀ ସ୍ପଷ୍ଟ ଭାବେ କହିଛନ୍ତି ଯେ, ମୁମ୍ବାଇରେ ଯାହା ସବୁ ଚାଲିଛି ତାହା ଠିକ ନୁହେଁ | ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯାହା ସବୁ ଚାଲିଛି ସେଥିପାଇଁ ସୁଶାନ୍ତ ସିଂହଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି | ତେବେ ମାମଲା ଗଡ଼ବଡ଼ ଥୀଲାଭଳି ଲାଗୁଚି ବୋଲି ସେ କହିଛନ୍ତି | ଭରସା ରଖିବାକୁ ସେ ବିହାର ଲୋକଙ୍କୁ ଅପିଲ କରିଛନ୍ତି | ମାମଲାର ଯାଞ୍ଚ ହେବ ଏବଂ ଦୋଷୀଙ୍କୁ ଦଣ୍ଡ ମିଳିବ ବୋଲି ସେ କହିଛନ୍ତି | ସେଥିପାଇଁ ସେ ବିହାରବାସୀଙ୍କୁ ଧୈର୍ଯ୍ୟ ଧରି ରହିବାକୁ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.