Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ସଂସଦରେ ପହଞ୍ଚିଲା ନୁସରତ ଜହାଁଙ୍କ ବିବାହ ବିବାଦ, ଲୋକସଭା ସଦସ୍ୟତା ରଦ୍ଦ ପାଇଁ ଦାବି କଲେ ବିଜେପି ସାଂସଦ

22/06/2021 at 12:26 PM

ନୂଆଦିଲ୍ଲୀ ୨୨।୬: ପଶ୍ଚିମବଙ୍ଗ ସାଂସଦ ତଥା ତୃଣମୂଳ କଂଗ୍ରେସ ନେତା ନୁସରତ ଜହାଁଙ୍କ ବିବାହ ବିବାଦ ମାମଲା ଏବେ ଲୋକସଭାରେ ପହଞ୍ଚିଲାଣି । ଭାରତୀୟ ଜନତା ପାର୍ଟିର ସାଂସଦ ସଂଘମିତ୍ରା ମୌର୍ଯ୍ୟ ଏ ସଂପର୍କରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖିଛନ୍ତି । ଯେଉଁ ଚିଠିରେ ସେ ନୁସରତ ଜହାଁଙ୍କ ଲୋକସଭା ସଦସ୍ୟତା ରଦ୍ଦ କରିବାକୁ ଦାବି କରିଛନ୍ତି ।

ସଂଘମିତ୍ରା ମୌର୍ଯ୍ୟଙ୍କ ଅନୁସାରେ, ନୁସରତ ଜହାଁଙ୍କ ଆଚରଣ ଅମର୍ଯ୍ୟାଦିତ । ବିବାହ ମାମଲାକୁ ନେଇ ସେ ତାଙ୍କ ଭୋଟରଙ୍କୁ ଧୋକ୍କା ଦେଇଛନ୍ତି । ଏହାସହ ଏହାଦ୍ବାରା ସଂସଦର ଗରିମା କ୍ଷୁର୍ଣ୍ଣ ହୋଇଛି । ଆହୁରି ମଧ୍ୟ ବିଜେପି ସଦସ୍ୟ ଦାବି କରିଛନ୍ତି ଯେ, ଏହି ମାମଲାକୁ ସଂସଦର ଏଥିକ୍ସ କମିଟିକୁ ପଠାଯିବା ଉଚିତ । ଏହାସହ ଯାଞ୍ଚ କରି ନୁସରତ ଜହାଁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ ।

ବିଜେପି ସାଂସଦ ତାଙ୍କ ଚିଠିରେ ନୁସରତ ଜହାଁଙ୍କ ସଂସଦରେ ପ୍ରଥମ ଦିନ ବଧୂ ବେଶରେ ଆସିବା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନୁସରତଙ୍କ ରିସେପ୍ସନ ପାର୍ଟିରେ ସାମିଲ ହେବା କଥା ମଧ୍ୟ ଲେଖାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ନୁସରତ ଜହାଁଙ୍କ ବିବାହ ପ୍ରଥମରୁ ହିଁ ବିବାଦରେ ରହିଛି । ସେ ନିଖିଲ ଜୈନଙ୍କ ସହ ବିବାହ କରିଥିଲେ । ସେହି ସମୟରେ ମୌଲାନାମାନେ ତାଙ୍କ ବିରୋଧରେ ଫତଓ୍ବା ଜାରି କରିଥିଲେ । ଏହାସହ ସଂସଦରେ ସିନ୍ଦୁର ପିନ୍ଧି ପହଞ୍ଚିବା ପରେ ମଧ୍ୟ ବିବାଦ ହୋଇଥିଲା । ବର୍ତ୍ତମାନ ନୁସରତ ଜହାଁ ଏବଂ ନିଖିଲ ଜୈନଙ୍କ ମଧ୍ୟ ସବୁକିଛି ଠିକ୍ ନାହିଁ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

   Related Posts