Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ବିଜେପି ସାଂସଦ କୌଶଲ କିଶୋରଙ୍କ ବୋହୂ ଅଙ୍କିତା ନିଖୋଜ, ସ୍ବାମୀ ଏବଂ ଶ୍ବଶୁରଙ୍କ ବିରୋଧରେ ଅପହରଣ ଅଭିଯୋଗ ଆଣିଲେ ପରିବାର ଲୋକ

24/06/2021 at 9:47 PM

ଲକ୍ଷ୍ନୌ ୨୪/ ୦୬ : ମୋହନଲାଲଗଞ୍ଜର ବିଜେପି ସାଂସଦ କୌଶଳ କିଶୋରଙ୍କ ବୋହୂ ଅଙ୍କିତା​‌ ପ୍ରାୟ ୧ ସପ୍ତାହ ହେବ ନିଖୋଜ ଅଛନ୍ତି । ତାଙ୍କର କୌଣସି ଖୋଜ ଖବା ନାହିଁ । ଏହାରି ମଧ୍ୟରେ ବିଜେପି ସାଂସଦ କୌଶଳ କିଶୋର ଏବଂ ତାଙ୍କ ପୁଅ ତଥା ଅଙ୍କିତାଙ୍କ ସ୍ବାମୀ ଆୟୁଷଙ୍କ ନାଁରେ ଅପହରଣ ଅଭିଯୋଗ ଆଣିଛନ୍ତି । ତାଙ୍କର କହିବା କଥାଳ ଯେ, ସାଂସଦ ଏବଂ ତାଙ୍କ ପୁଅ ହିଁ ଅଙ୍କିତାଙ୍କୁ ଅପହରଣ କରିଛନ୍ତି, ସେଥିପାଇଁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ ।

Ankita, daughter-in-law of BJP MP Kaushal Kishore, sitting in police  station overnight - The English Print : theenglishprint.com, English News

ସୂଚନା ଅନୁଯାୟୀ, ଅଙ୍କିତା ଏବଂ ଆୟୁଷଙ୍କର ପ୍ରେମ ବିବାହ ହୋଇଥିଲା । ତେବେ ଗତ ମାର୍ଚ୍ଚ ମାସରୁ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ପରେ ଉଭୟ ଉଭୟଙ୍କ ଠାରୁ ଅଲଗା ହୋଇଥିଲେ । ବର୍ତ୍ତମାନ କୋର୍ଟରେ ମାମଲା ମଧ୍ୟ ଚାଲୁ ରହିଛି । କିନ୍ତୁ ଏହାରି ମଧ୍ୟରେ ଗତ ଜୁନ୍ ୧୬ ତାରିଖରେ ସନ୍ଦେହଜନକ ଅବସ୍ଥାରେ ନିଖୋଜ ହୋଇଯାଇଥିଲେ ଅଙ୍କିତା । ବହରାଇଚ୍ ବାସିନ୍ଦା ଅଙ୍କିତାଙ୍କ ପିତା ଆଶିଷ ସିଂ କୁହନ୍ତି ଯେ ତାଙ୍କ ଝିଅ ଘରୁ କୋର୍ଟକୁ ଯାଇଥିଲେ । ସେଠାର ହିଁ ସେ ନିଖୋଜ ହୋଇଯାଇଛନ୍ତି । ଆଶିଷ ସିଂ କହିଛନ୍ତି ଯେ କୋର୍ଟରେ ହାଜର ହେବା ପରେ ଅଙ୍କିତାଙ୍କୁ ଆଗ୍ରାଠାରେ ରହୁଥିବା ତାଙ୍କ ବଡ଼ ଭଉଣୀଙ୍କ ଘରକୁ ଯିବାର ଥିଲା । ଅପରାହ୍ନରେ ଯେତେବେଳେ ଅଙ୍କିତାଙ୍କୁ ଫୋନ କରିଥିଲେ ତାଙ୍କ ମୋବାଇଲ୍ ବନ୍ଦ ଥିଲା । ବହୁ ଖୋଜିବା ପରେ ମଧ୍ୟ ଅଙ୍କିତାଙ୍କ ପତ୍ତା ମିଳିନଥିଲା । ସେହି ଦିନ ରାତି ପ୍ରାୟ ୯ଟା ସମୟରେ ଅଙ୍କିତା ମେସେଜ୍ କରିଥିଲେ ଯେ, ‘ମୋତେ ଆୟୁଷ, ତାଙ୍କ ଭାଇ ବିକାଶ ଏବଂ ବନ୍ଧୁ ଅରମାନ ଗାଜୀ ତାଙ୍କୁ ଅପହରଣ କରି ନେଇଛନ୍ତି । ମୋତେ ଏଠାରୁ ନେଇ ଯାଅ ଏମାନେ ମୋତେ ମାରିଦେବେ ।’

BJP MP कौशल क‍िशोर की बहू अंक‍िता से लाइव डि‍बेट में हुई बहस, बोली- कर  लूंगी आत्‍महत्‍या और... | bjp mp kaushal kishore son wife ankita threatens  to took extreme step during

ତେବେ ପୋଲିସ ଏହି ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖୁଛି । ପୋଲିସ କହିଛି ଯେ, ଅଙ୍କିତା ଏକ ସପ୍ତାହ ଧରି ନିଖୋଜ ଅଛନ୍ତି ନିଖୋଜ ହେବା ଦିନ ହିଁ ସେ ଅପହରଣ କରାଯାଇଥିବା କହିଥିଲେ କିନ୍ତୁ ପରିବାର ପକ୍ଷରୁ ସେହିଦିନ ଏ ନେଇ ପୋଲିସ ନିକଟରେ ଅଭିଯୋଗ କରିନଥିଲେ । ବର୍ତ୍ତମାନ ଦୁଇ ଦିନ ହେବ ଅଙ୍କିତାଙ୍କ ବାପା ସାଂସଦ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୁଦ୍ଧରେ ଅଭିଯୋଗ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ କୌଣସି FIR ପଞ୍ଜିକୃତ ହୋଇନାହିଁ । ପୋଲିସ ଏହି ଘଟଣାର ତଦନ୍ତ କରୁଛି।

Wife Of Bjp Mp Kaushal Kishore's Son Ayush Threatens To Suicide. - यूपी :  भाजपा सांसद के बेटे के गोलीकांड में नया मोड़, अब आयुष की पत्नी बोली-खुदकुशी  कर लेंगे - Amar

   Related Posts