କୋଲକାତାରୁ ଦରଭଙ୍ଗା, ପ୍ରଥମ ବିମାନ ଉଡ଼ାଇଲେ ବିଜେପି ସାଂସଦ

Published By : Prameya-News7 Bureau | July 05, 2021 IST

ଦରଭଙ୍ଗା ୫/୦୭: ଭାରତୀୟ ଜନତା ପାର୍ଟି (ବିଜେପି)ର ସାଂସଦ ରାଜୀବ ପ୍ରତାପ ରୁଡୀ ସୋମବାର ବିମାନର ପାଇଲଟ୍‌ ସାଜିଥିଲେ। ସେ ବିମାନକୁ କୋଲକାତାରୁ ଦରଭଙ୍ଗା ପର୍ଯ୍ୟନ୍ତ ଉଡ଼ାଇ ଆଣିଥିଲେ। ପ୍ରକୃତରେ ରୁଡୀ ବିଜେପି ସାଂସଦ ସହ ଜଣେ ପାଇଲଟ୍‌ ମଧ୍ୟ। ତାଙ୍କ ପାଖରେ ଦୀର୍ଘ ଘଣ୍ଟା ବିମାନ ଉଡ଼ାଣର ଅନୁଭବ ରହିଛି।

ବିମାନ କମ୍ପାନୀ ଇଣ୍ଡିଗୋ ସୋମବାର ଦରଭଙ୍ଗାକୁ ନିଜର ବିମାନ ସେବା ଆରମ୍ଭ କରିଛି। ପ୍ରଥମ ଦିନରେ କୋଲକାତାରୁ ଦରଭଙ୍ଗା ଇଣ୍ଡିଗୋ ବିମାନ ଉଡ଼ାଣ କରିଥିଲେ ବିଜେପି ସାଂସଦ ଏବଂ ସେଥିରେ ଯାତ୍ରୀଙ୍କ ସମେତ ବିହାର ସରକାରରେ ମନ୍ତ୍ରୀ ସଞ୍ଜୟ ଝା ଉପସ୍ଥିତ ଥିଲେ।

ରାଜୀବ ପ୍ରତାପ କୋଲକାତାରୁ ଉଡ଼ାଣ ଭରିବା ପୂର୍ବରୁ କେକ୍‌ କାଟି ଖୁସୀ ମନାଇଥିବାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହା ପରେ ସେ କହିଥିଲେ କୋଲକାତାରୁ ବିମାନ ଉଡ଼ାଣ କରି ଦରଭଙ୍ଗାରେ ଲ୍ୟାଣ୍ଡ କରିବା ଅନୁଭବ ବିଲକୁଲ ନିଆରା ଥିଲା। ଯାତ୍ରୀଙ୍କ ସଂଖ୍ୟାରେ ଖୁସୀ ଥିବା ସାଂସଦ ବିହାର ଏବଂ କେନ୍ଦ୍ର ସରକାରଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.