Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ସ୍ୱାମୀଙ୍କ ଆଶାରାମ ପ୍ରିତି : ବିଜେପି ସାସଂଦ କହିଲେ ଏବେ ବାପୁଙ୍କୁ ମୁକ୍ତ କର

30/03/2020 at 9:34 PM

ନୂଆଦିଲ୍ଲୀ ୩୦।୩: କରୋନା ଭୂତାଣୁ ସଂକ୍ରମଣ ସମଗ୍ର ବିଶ୍ୱକୁ ଏବେ ତ୍ରସ୍ତ କରିଛି। ବିଭିନ୍ନ ରାଜ୍ୟ ସରକାର ଜେଲରେ ସଂକ୍ରମଣ ଆଶଙ୍କା କରି କୈଦୀଙ୍କୁ ସର୍ତ୍ତମୂଳକ ଜାମିନରେ ମୁକ୍ତ କରୁଛନ୍ତି। ଏଥିରେ ରାଜସ୍ଥାନ  ଜେଲରେ ଦଣ୍ଡ କାଟୁଥିବା ଆଶାରାମ ବାପୁଙ୍କୁ ଆଗ ମୁକ୍ତ କରାଯାଉ ବୋଲି ଦାବି କରିଛନ୍ତି ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ।

ଏ ନେଇ ସ୍ୱାମୀ ଏକ ଟ୍ୱିଟ୍‌ କରିଥିବା ବେଳେ ଆଶାରାମଙ୍କ ବୟସ ଓ ସେ ଭୋଗୁଥିବା ରୋଗ ଯନ୍ତ୍ରଣା ଯୋଗୁ ତାଙ୍କୁ ମଧ୍ୟ ମୁକ୍ତ କରାଯିବା ଉଚିତ ବୋଲି କହିଛନ୍ତି। ସାରା ବିଶ୍ୱରେ କରୋନା ଯୋଗୁ ଜେଲରୁ ଏବେ ୭ ଲକ୍ଷ କୈଦୀଙ୍କ ମୁକ୍ତି ଲାଗି ବିଭିନ୍ନ ସରକାରମାନେ ନିଷ୍ପତ୍ତି ନେଇଛନ୍ତି। ଭାରତରେ ମଧ୍ୟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାରମାନେ କୈଦୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ ଲାଗି ନିଷ୍ପତ୍ତି ନେଇଛନ୍ତି। ତେବେ ଏଥିରେ ଆଶାରାମଙ୍କୁ ମଧ୍ୟ ସାମିଲ କରାଯାଉ ବୋଲି ସ୍ୱାମୀ ଉଲ୍ଲେଖ କରିଛନ୍ତି।

ଆଶାରାମ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଦୋଷୀ ପ୍ରମାଣିତ ହୋଇଥିବା ବେଳେ ଏବେ ଯୋଦ୍ଧପୁର କେନ୍ଦ୍ରୀୟ ଜେଲରେ ଦଣ୍ଡ କାଟୁଛନ୍ତି। ୮୫ ବର୍ଷ ବୟସ୍କ ବାପୁଙ୍କ ମୁକ୍ତି ଲାଗି ପୂର୍ବରୁ ତାଙ୍କ ସମର୍ଥକମାନେ ମଧ୍ୟ ଦାବି କରିଆସୁଛନ୍ତି। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଯେଉଁମାନେ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡାଦେଶରେ ଅଛନ୍ତି କେବଳ ସେମାନଙ୍କୁ ପାରୋଲ ମିଳୁଥିବା ଜଣାପଡିଛି।  

   Related Posts