Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଂଲଣ୍ଡକୁ ଏକ ଇନିଂସ୍‌ ଓ ୨୫ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ
  • ||
  • ଅହମଦାବାଦ ଟେଷ୍ଟ ଜିତିଲା ଭାରତ
  • ||
  • ଭାରତ ୩-୧ରେ ସିରିଜ୍‌ ବିଜୟୀ
  • ||
  • ଚାନ୍ଦବାଲି : ବିଜେଡିର ମିଶ୍ରଣ ପର୍ବ, ଦଳକୁ ପ୍ରତ୍ୟାବର୍ତ୍ତନ କଲେ ହେବିଓ୍ବେଟ୍ ନେତା ପ୍ରତାପ ଧଳ
  • ||
  • ମାଥିଲି : କୂଅରୁ ଉଦ୍ଧାର ହେଲା ମା’ ଓ ଶିଶୁ କନ୍ୟାର ମୃତଦେହ, ଶୁକ୍ରବାର ରାତିରୁ ଥିଲେ ନିଖୋଜ
  • ||
  • ଭୁବନେଶ୍ବର : ରାଜଧାନୀର ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ, ଜଣେ ମୃତ, ୨ ଆକ୍ରମଣକାରୀଙ୍କୁ ଧରିଛି ପୋଲିସ
  • ||
  • ବଲାଙ୍ଗିର : ପିଟି ପିଟି ମାରିଦେଲେ, ପ୍ରମାଣ ନଷ୍ଟ ପାଇଁ ଫିଙ୍ଗିଦେଲେ ନାଳରେ, ୨୪ ଘଣ୍ଟାରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୋର : କେନାଲରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ୩ଦିନ ପରେ ଗୁଜୁରାଟରୁ ଫେରିଲା ମୃତଦେହ
  • ||
  • ଆଠମଲ୍ଲିକ : ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଆହତ
  • ||
  • ଭୁବନେଶ୍ବର : ପ୍ରଭୁ ଶ୍ରୀଲିଙ୍ଗରାଜ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ, ମନ୍ଦିର ପରିସରରେ ପାଳନ ହେବ କୋଭିଡ୍ କଟକଣା
  • ||

ବିଜେପି ସାଂସଦଙ୍କ ଘର ସାମ୍ନାରେ ହିଂସାକାଣ୍ଡ : କୁକୁରକୁ ମାରି ପୋଡିଦେଲେ କାର

1/06/2019 at 1:34 PM

ଅରୁଣାଚଳ ପ୍ରଦେଶର ବିଜେପି ଅଧ୍ୟକ୍ଷ ତପିର ଗାଓଙ୍କ ବ୍ୟକ୍ତିଗତ ବାସଭବନ ସମ୍ମୁଖରେ ଗୋଟିଏ କୁକୁରକୁ ମାରି କାରରେ ନିଆଁ ଲାଗିଛି ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି । ସିସିଟିଭି ଫୁଟେଜ ଅନୁଯାୟୀ, ଘଟଣା ସକାଳ ୬ଟା ବେଳେ ଘଟିଥିଲା । ସେତେବେଳେ ରାସ୍ତା ଶୂନଶାନ୍ ଥିଲା । ଗାଓ ଲୋକସଭା ନିର୍ବାଚନରେ ଅରୁଣାଚଳର ପୂର୍ବ ସଂସଦୀୟ ଆସନରୁ ଜିତିଛନ୍ତି ।

ରାଜଧାନୀର ପୋଲିସ ଅଧିକ୍ଷକ ତୁମ୍ମେ ଆମ କହିଛନ୍ତି ଯେ, ଅଗ୍ନିକାଣ୍ଡ ଘଟାଇଥିବା ଲୋକକୁ ଧରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି । ବିଜେପି ରାଜ୍ୟ ଅଧିକାରୀ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଅପରାଧିକ ମାମଲା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅପିଲ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ନିର୍ବାଚନ ଫଳାଫଳ ବାହାରିବାର ଠିକ ୨ ଦିନ ପୂର୍ବରୁ ଅର୍ଥାତ ୨୧ ତାରିଖ ଦିନ ଅରୁଣାଚଳରେ ଉଗ୍ରବାଦୀମାନେ ନ୍ୟାସନାଲ ପିପୁଲସ ପାର୍ଟିର ବିଧାୟକ ତିରୋଙ୍ଗ ଅବୋଙ୍କ ସମେତ ୧୧ ଜଣଙ୍କୁ ହତ୍ୟା କରିଥିଲେ । ମୃତକଙ୍କ ମଧ୍ୟରେ ବିଧାୟକଙ୍କ ପୁଅ ସହ ପରିବାରର ଅନ୍ୟ ସଦସ୍ୟ ମଧ୍ୟ ଥିଲେ ।

ତିରୋଙ୍ଗ ଅବୋ ବିଧାନସଭା ନିର୍ବାଚନରେ ଖୋଂସା ପଶ୍ଚିମ ଆସନରୁ ୧ ହଜାର ୫୫ ଭୋଟରେ ଜିତିଥିଲେ । ତାଙ୍କୁ ମୋଟ ୫ ହଜାର ୩୬୬ ଭୋଟ ମିଳିଥିଲା ଯାହାକି ସେହି ଆସନର ମୋଟ ଭୋଟର ୫୫.୩୬ ପ୍ରତିଶତ ।

   Related Posts