Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ କୋହଲିଙ୍କ ଘୋଷଣା, ଟି-୨୦ ୱାର୍ଲ୍ଡ କପ୍‌ ପରେ ଛାଡ଼ିବେ କ୍ୟାପ୍ଟେନ୍‌ ପଦ
  • ||
  • ସାନଖେମୁଣ୍ଡି : ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର, ଠିକାଦାରଙ୍କଠୁ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ
  • ||
  • ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୧୯ ଓ ୨୦ରେ ପ୍ରବଳ ବର୍ଷା ସମ୍ଭାବନା : IMD ଡିଜି
  • ||
  • ମାଲକାନଗିରି : ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ : କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ
  • ||
  • ପୁରୀ : ଶୁକ୍ରବାର ବନ୍ଦ ରହିବ ଶ୍ରୀମନ୍ଦିର, ବିଶେଷ ନୀତି ଯୋଗୁଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ
  • ||
  • ସୋର : ଫୁଲୁଛି କାଂଶ ବାଂଶ ନଦୀ, ବଢୁଛି ଜଳସ୍ତର : ଚିନ୍ତାରେ ତଳିଆ ଅଞ୍ଚଳବାସୀ
  • ||
  • ଖଣ୍ଡପଡା : ରଥିଆ ନାଳରେ ଭାସି ବୃଦ୍ଧ ନିଖୋଜ, ମାଛ ଧରିବାକୁ ଯାଇ ନାଳରେ ଭାସିଯାଇଥିବା ସନ୍ଦେହ
  • ||
  • ଜଗତସିଂହପୁର : ମହାନଦୀ ବନ୍ୟାଜଳରେ ବୁଡି ଗାଡି ଚାଳକ ନିଖୋଜ, ଇଟାଭାଟିକୁ ଯାଉଥିବା ବେଳେ ଅଘଟଣ
  • ||
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||

ସୋସିଆଲ ମିଡିଆରେ ୨୧ଟି ଲୋକସଭା ଆସନ ପାଇଁ ବିଜେପିର ପ୍ରାର୍ଥି ତାଲିକା : ପୁରୀରୁ ସମ୍ବିତ, ଭୁବନେଶ୍ବରରୁ ଅପରାଜିତା ଓ କଳାହାଣ୍ଡିରୁ ବସନ୍ତ !

2/03/2019 at 11:07 AM

ଭୁବନେଶ୍ବର ୨|୩ : ସାଧାରଣ ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେବ ବୋଲି ନିର୍ବାଚନ କମିଶନ ଘୋଷଣା କରିଛନ୍ତି । ଫଳରେ କେଉଁ ଆସନରୁ କିଏ ପ୍ରାର୍ଥି ହେବେ  ତାକୁ ନେଇ ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ଦଳର ତାଲିକା ପ୍ରକାଶ ପାଇବାରେ ଲାଗିଛି । ମାର୍ଚ୍ଚ ୧୦ତାରିଖ ସୁଦ୍ଧା କଂଗ୍ରେସ ପ୍ରାର୍ଥି ତାଲିକା ଚୂଡାନ୍ତ କରିବ ବୋଲି ଘୋଷଣା କରିସାରିଛି। ଅପରପକ୍ଷରେ ବିଜେଡିର ୬୦ଜଣ ବିଧାୟକଙ୍କ ଟିକଟ୍ କଟିବ ଏବଂ କାହା କାହା ଟିକଟ୍ କଟିବ ସେ ନେଇ ଏକ ଅଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଇତିମଧ୍ୟରେ ଫେବୃଆରୀ ୧୪ତାରିଖ ଦିନ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଏବଂ ୨୬ତାରିଖରେ ଭାରତର ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍ ଯୋଗୁଁ ନିର୍ବାଚନକୁ ନେଇ ଅନିଶ୍ଟିତତା ସୃଷ୍ଟି ହୋଇଥିଲା । ଫଳରେ ସୋସିଆଲ ମିଡିଆରେ କଳ୍ପନା ଜଳ୍ପନା ମଧ୍ୟ ହ୍ରାସ ପାଇଥିଲା । କିନ୍ତୁ ଗତକାଲି ନିର୍ଦ୍ଧାରିତ ସମୟରେ ନିର୍ବାଚନ ହେବ ବୋଲି ନିର୍ବାଚନ କମିଶନଙ୍କ ସୂଚନା ଓ ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନ ଭାରତକୁ ଫେରିଆସିବା ପରେ ପୁଣି ନିର୍ବାଚନକୁ ନେଇ ସୋସିଆଲ ମିଡିଆ ସରଗରମ ହେବାରେ ଲାଗିଛି ।

ପୂର୍ବରୁ ବିଜେଡି ଓ କଂଗ୍ରେସ ପ୍ରାର୍ଥି ସଂପର୍କରେ ବିଭିନ୍ନ ତାଲିକା ଭାଇରାଲ ହୋଇଥିଲା । କିନ୍ତୁ ଏବେ ବିଜେପିର ଲୋକସଭା ପ୍ରାର୍ଥିଙ୍କ ସଂପର୍କରେ ଏକ ତାଲିକା ଭାଇରାଲ ହେବାରେ ଲାଗିଛି । ଫେସବୁକ ଓ ହ୍ବାଟସଆପ୍ ରେ ଏହି ତାଲିକା ଘୁରିବୁଲୁଛି । ଓଡିଶାର ୨୧ଟି ଲୋକସଭା ପାଇଁ କିଏ କିଏ ପ୍ରାର୍ଥି ହେବେ ସେମାନଙ୍କ ନାମ ଏହି ତାଲିକାରେ ରହିଛି ।

ତାଲିକା ଅନୁସାରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କଳାହାଣ୍ଡିରୁ ପ୍ରାର୍ଥି ହେବେ । ସେହିଭଳି ଆଇଏଏସ ଛାଡି ନିକଟରେ ବିଜେପିରେ ଯୋଗଦେଇଥିବା ଅପରାଜିତା ଷଡଙ୍ଗୀ ଭୁବନେଶ୍ବର ଲୋକସଭା ଆସନ ପାଇଁ ଟିକଟ୍ ପାଇବେ । ନିକଟରେ ଅତୀତରେ ବିଜେପିରେ ଯୋଗଦେବା ସହ ଦଲର ମୁଖପାତ୍ର ଦାୟିତ୍ବ ତୁଲାଉଥିବା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ କଟକ ଆସନରୁ ଟିକଟ୍ ମିଳିବ । ଦଳର ଫାୟାର ବ୍ରାଣ୍ଡ ଲେଡି କୁହାଯାଉଥିବା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବାଲେଶ୍ବର ଆସନରୁ ଲଢିବା ପାଇଁ ସୁଯୋଗ ମିଳିବ । ଅପରପକ୍ଷରେ ଜଗନ୍ନାଥ ଧାମ ପୁରୀରୁ ମୋଦି ପ୍ରାର୍ଥି ହେବେନାହିଁ ବରଂ ଏହି ଆସନରୁ ପ୍ରାର୍ଥି ହେବେ ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ।

ନିକଟରେ ଛତ୍ରପୁର ଲକ୍ଷ୍ମୀଦତ୍ତ ହତ୍ୟା ଘଟଣା ପାଇଁ ପୋଲିସ ସମନର ସମ୍ମୁଖୀନ ହୋଇଥିବା ଭୃଗୁ ବକ୍ସିପାତ୍ରଙ୍କୁ ବ୍ରହ୍ମପୁର ଲୋକସଭା ଆସନରୁ ଟିକଟ୍ ମିଳିବ । ଅନ୍ୟମାନଙ୍କ ମଧ୍ୟରେ କୋରାପୁଟରୁ ଜୟରାମ ପାଙ୍ଗୀ, ନବରଙ୍ଗପୁରରୁ ପର୍ଶୁରାମ ମାଝି, ଆସିକାରୁ ମହେଶ ସାହୁ, ମୟୁରଭଞ୍ଜରୁ ଗିରିଶ ମୁର୍ମୁ, ଜଗତସିଂହପୁରରୁ ବାଇଧର ମଲ୍ଲିକ, ଯାଜପୁରରୁ ବବିତା ମଲ୍ଲିକ, କେନ୍ଦ୍ରାପଡାରୁ ଜ୍ଞାନ ବେଉରା, କେନ୍ଦୁଝରରୁ ଅନନ୍ତ ନାୟକ, କନ୍ଧମାଳରୁ ସୁକାନ୍ତ ପାଣିଗ୍ରାହୀ, ଢେଙ୍କାନାଳରୁ ରୁଦ୍ରନାରାୟଣ ପାଣି, ବରଗଡରୁ ଅଶ୍ବିନୀ ଷଡଙ୍ଗୀ, ସମ୍ବଲପୁରରୁ ସୁରେଶ ପୂଜାରୀ, ଭଦ୍ରକରୁ ଶରତ ଚନ୍ଦ୍ର ଦାସ ପ୍ରାର୍ଥି ହେବେ ।

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପୂର୍ବଭଳି ସୁନ୍ଦରଗଡ ଆସନରୁ ହିଁ ଲଢିବେ । ସେହିଭଳି ବଲାଙ୍ଗୀର ଆସନରୁ ଚିରାଚରିତ ଭାବେ ସଙ୍ଗୀତା ସିଂହଦେଓ ପୁଣି ଟିକେଟ ହାତେଇପାରନ୍ତି ।

ଏହି ତାଲିକାରେ କେତେ ସତ୍ୟତା ରହିଛି ତାହା ଯାଞ୍ଚ ସାପେକ୍ଷ ।

   Related Posts