ଜୟାଙ୍କ ସମର୍ଥନରେ ବାହାରିଲେ ବିଜେପି ସାଂସଦ ହେମା ମାଳିନୀ: କହିଲେ, 'ବଲିଉଡକୁ କିଏ ପରିହାସ କଲେ ମୁଁ ଜମା ବି ସହିବିନି'

Published By : Prameya-News7 Bureau | September 16, 2020 IST

ମୁମ୍ବାଇ ୧୬/୦୯ : ବଲିଉଡ ଓ ଭୋଜପୁରୀ ଅଭିନେତ୍ରୀ ତଥା ବିଜେପି ସାଂସଦ ରବି କିଷାନ ସଂସଦରେ ବଲିଉଡରେ ଡ୍ରଗ୍ସ ମାମଲା ଉଠାଇବା ପରେ ବରିଷ୍ଠ ଅଭିନେତ୍ରୀ ତଥା ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ଏହାକୁ ନେଇ ପ୍ରତିକ୍ରିୟା ରଖିଥିଲେ । ବଲିଉଡକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି ବୋଲି ଜୟା କହିଥିଲେ । ଏହି ମାମଲା ପରେ ବଲିଉଡ ଦୁଇ ଭାଗରେ ବାଣ୍ଟି ହୋଇଯାଇଛି । ମଥୁରା ବିଜେପି ସାଂସଦ ହେମା ମାଳିନୀ ଜୟା ବଚ୍ଚନଙ୍କୁ ସମର୍ଥନ କରିଛନ୍ତି । ଜୟାଙ୍କୁ ସମର୍ଥନ ଜଣାଇ ହେମା କହିଛନ୍ତି କେବଳ ବଲିଉଡ ଇଣ୍ଡଷ୍ଟ୍ରିରେ ହିଁ କାହିଁକି ଡ୍ରଗ୍ସ ମାମଲାରେ ଆଲୋଚନା ହେଉଛି । ଡ୍ରଗ୍ସ ଦୁନିଆରେ ସବୁଆଡେ ଚାଲିଛି, ଅନ୍ୟ ଇଣ୍ଡଷ୍ଟ୍ରିରେ ମଧ୍ୟ ଚାଲିଛି, ବଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ ହେଉଥିବ କିନ୍ତୁ ତା ମାନେ ନୁହେଁ ଯେ ଇଣ୍ଡଷ୍ଟ୍ରି ଖରାପ । ବଲିଉଡକୁ ଲୋକେ ଯେଉଁଭଳି ଭାବେ ଟାର୍ଗେଟ୍ କରୁଛନ୍ତି ତାହା ଭୁଲ ବୋଲି ହେମା କହିଛନ୍ତି ।

{"id":330301,"sizeSlug":"large"}

ବଲିଉଡ ଏକ ସୁନ୍ଦର ସ୍ଥାନ, ଏକ ରଚନାତ୍ମକ ଦୁନିଆ, କଳା ଓ ସଂସ୍କୃତି ଉଦ୍ୟୋଗ ବୋଲି ସେ ଲୋକଙ୍କୁ ଦର୍ଶାଇବାକୁ ଚାହୁଁଛନ୍ତି ବୋଲି କହିଛନ୍ତି । କିନ୍ତୁ ଲୋକେ ବଲିଉଡ ସମ୍ପର୍କରେ ଭୁଲ କଥା କହୁଛନ୍ତି । ଯଦି କିଛି ଚିହ୍ନ ଅଛି ତାହେଲେ ତାକୁ ସଫା କରାଯାଏ । ବଲିଉଡରେ ଲାଗିଥିବା ଏହି ଚିହ୍ନ ମଧ୍ୟ ସଫା ହୋଇଯିବ ବୋଲି ସେ କହିଛନ୍ତି ।

{"id":330305,"sizeSlug":"large"}

ବଲିଉଡରେ ଅନେକ ମହାନ କଳାକାର ନିଜର ପ୍ରତିଷ୍ଠା ସ୍ଥାପନ କରିଛନ୍ତି । ରାଜ କପୁର, ଦେବ ଆନନ୍ଦ, ଧର୍ମେନ୍ଦ୍ର, ଅମିତାଭଙ୍କ ଉଦାହରଣ ଦେଇ ବଲିଉଡକୁ ଭାରତ ବୋଲି କହିଛନ୍ତି ହେମା । ସେହି ବଲିଉଡ ଇଣ୍ଡଷ୍ଟ୍ରିକୁ ଲୋକେ ଯଦି ବଦନାମ କରିବାକୁ ଚେଷ୍ଟା କରିବେ, ପରିହାସ କରିବେ ତାହେଲେ ସେ କଦାପି ସହିବେନି ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.