Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ବିଜେପି ନେତାଙ୍କର ଟଙ୍କା ବାଣ୍ଟୁଥିବା ଫଟୋ ଭାଇରାଲ୍: କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

5/10/2020 at 4:02 PM

ଭୋପାଲ ୦୫/୧୦ : ମଧ୍ୟ ପ୍ରଦେଶରୁ ଏକ ବଡ ଖବର ସାମ୍ନାକୁ ଆସିଛି। ଜଣେ ବିଜେପି ନେତାଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହି ଫଟୋରେ ବିଜେପି ନେତାଙ୍କ ହାତରେ ଟଙ୍କା ବିଡା ଅଛି। ଫଟୋ ସାମ୍ନାକୁ ଆସିବା ପରେ କଂଗ୍ରେସ ବିଜେପିକୁ ଟାର୍ଗେଟ କରିଛି। କଂଗ୍ରେସ କହିଛି ଯେ ରାଜ୍ୟର ଖାଦ୍ୟ ଓ ନାଗରିକ ଯୋଗାଣ ମନ୍ତ୍ରୀ ବିସାହୁଲାଲ ସିଂହ ଭୋଟରଙ୍କୁ ଟଙ୍କା ବାଣ୍ଟୁଛନ୍ତି। କଂଗ୍ରେସ ମିଡ଼ିଆ ବିଭାଗର ଉପାଧ୍ୟକ୍ଷ ଭୁପେନ୍ଦ୍ର ଗୁପ୍ତା କହିଛନ୍ତି ଯେ ନିର୍ବାଚନକୁ ପ୍ରଭାବିତ କରିବାକୁ ମନ୍ତ୍ରୀ ବିସାହୁଲାଲ ସିଂହ ଭୋଟରଙ୍କୁ ଟଙ୍କା ବାଣ୍ଟୁଛନ୍ତି। ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ ଆୟୋଗକୁ କଂଗ୍ରେସ ଦାବି କରିଛି। ଏହାସହ କଂଗ୍ରେସ ବିସାହୁଲାଲ ସିଂହଙ୍କୁ ମନ୍ତ୍ରୀମଣ୍ଡଳର ମନ୍ତ୍ରୀ ପଦରୁ ହଟାଇବାକୁ ଦାବି କରିଛି। କଂଗ୍ରେସ ପ୍ରବକ୍ତା ଭୁପେନ୍ଦ୍ର ଗୁପ୍ତା କହିଛନ୍ତି ଯେ ନିର୍ବାଚନ ଆୟୋଗ ଭାଇରାଲ ଫଟୋର ନିରପେକ୍ଷ ଭାବେ ଯାଞ୍ଚ କରାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଉଚିତ।

ସୂଚନାଯୋଗ୍ୟ ଯେ, ରାଜ୍ୟର ଖାଦ୍ୟ ଓ ନାଗରିକ ଯୋଗାଣ ମନ୍ତ୍ରୀଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ଯେଉଁଥିରେ ତାଙ୍କ ହାତରେ ୧୦୦ ଟଙ୍କିଆ ନୋଟ ବିଡା ଅଛି ଏବଂ ସେ ଟଙ୍କା ବାଣ୍ଟୁଥିବା ମଧ୍ୟ ଦେଖିବାକୁ ମିଳିଛି। ଭାଇରାଲ ଫଟୋକୁ ନେଇ ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମଃ ମିଶ୍ରଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି। ସେ ଏହି ଫଟୋକୁ ଫେକ ବୋଲି କହିଛନ୍ତି। କଂଗ୍ରେସ ଏଡ଼ିଟେଡ଼ ଫଟୋ ଓ ଭିଡିଓର ସାହାରା ନେଇ ବିଜେପି ନେତାଙ୍କ ଛବି ଖରାପ କରିବାକୁ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି। ଗୃହମନ୍ତ୍ରୀ କହିଛନ୍ତି ଯେ ମନ୍ତ୍ରୀ ବିସାହୁଲାଲ ସିଂହଙ୍କ ଛବି ସଫା ଅଛି। ତାଙ୍କ ଛବି ଖରାପ କରିବାକୁ ଚେଷ୍ଟା କରି ଏଡ଼ିଟେଡ଼ ଫଟୋ ଓ ଭିଡିଓ ଭାଇରାଲ କରାଯାଉଛି। ଏହି ଭାଇରାଲ ଫଟୋ ଓ ଭିଡିଓକୁ ନେଇ ରାଜ୍ୟରେ ବର୍ତ୍ତମାନ ରାଜନୀତି ଚରମ ସୀମାରେ ପହଞ୍ଚିଛି।

   Related Posts