Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧: କୋଲକାତା ନାଇଟ ରାଇଡର୍ସ ସାମ୍ନାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଆତ୍ମ ସମର୍ପଣ
  • ||
  • ଅଖାଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ନିଧନ, ଫାଶିରେ ଝୁଲୁଥିବା ଅବସ୍ଥାରେ ମିଳିଲା ମୃତଶରୀର
  • ||
  • ନୀଳଗିିରି : ଶିଶୁକନ୍ୟା ଓ ବାପାଙ୍କୁ ହାଣିବା ଅଭିଯୋଗରେ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେଲେ ଅଭିଯୁକ୍ତ
  • ||
  • ପୁରୀ : ଭାର୍ଗବୀ ନଦୀରେ ଗାଧୋଇବା ବେଳେ ଭାସିଯାଇ ବୃଦ୍ଧଙ୍କ ମୃତ୍ୟୁ
  • ||
  • ପୁରୀ : ୧୫ବର୍ଷ ପରେ ଚୂଡାନ୍ତ ରାୟ : ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ୨ ଭାଇଙ୍କୁ ଆଜୀବନ କାରାଦଣ୍ଡାଦେଶ
  • ||
  • ଭୁବନେଶ୍ବର : ବିଜେଡିର ମାରାଥନ୍ ମିଶ୍ରଣ ପର୍ବ, ଶଙ୍ଖ ଧରିଲେ ରାୟଗଡା ଜିଲ୍ଲାର ଅନେକ ବରିଷ୍ଠ କଂଗ୍ରେସ ଓ ବିଜେପି ନେତା
  • ||
  • ରାୟଗଡା : ଦେବଦୂତ ସାଜିଲେ ୧୦୮ ଆମୁଲାନ୍ସ କର୍ମଚାରୀ, ପାହାଡିଆ ରାସ୍ତାରେ ଗର୍ଭବତୀ ମହିଳାଙ୍କୁ ବୋହିଲେ ଷ୍ଟ୍ରେଚରରେ
  • ||
  • ଭୁବନେଶ୍ବର : ଗୁମର ଖୋଲିଲେ କି ବିଦ୍ୟାଭାରତୀ ? ଲାଏ ଡିଟେକ୍ସନ ଟେଷ୍ଟରେ ପ୍ରାୟ ୪ ଘଣ୍ଟାରେ ପଚରାଗଲା ୧୦୦ ପ୍ରଶ୍ନ
  • ||
  • କଣ୍ଟାବାଞ୍ଜି : ପାରିବାରିକ କଳହରୁ ସଂଘବଦ୍ଧ ଆକ୍ରମଣ, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ନିମାପଡା : ପିପିଲି ଉପନିର୍ବାଚନକୁ ମୁକ୍ତ ଓ ନିରପେକ୍ଷ କରିବା ନେଇ ବିଏସଏଫର ଫ୍ଲାଗ୍ ମାର୍ଚ୍ଚ
  • ||

ବିଜେପି ସାଂସଦ ଅର୍ଜୁନ ସିଂହଙ୍କୁ Z କାଟାଗୋରୀ ସୁରକ୍ଷା, ଦୁଇ ଦୁଇଥର ଆକ୍ରମଣ ପରେ ସୁରକ୍ଷା ବ୍ୟବସ୍ଥା ବଢାଇଲା କେନ୍ଦ୍ର: ଟିଏମସି ବିରୁଦ୍ଧରେ ଅଭିଯୋଗ

15/09/2021 at 9:11 PM

ନୂଆଦିଲ୍ଲୀ ୧୫/୦୯ : ବିଜେପି ସାଂସଦ ଅର୍ଜୁନ ସିଂହଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଦୁଇ ଦୁଇ ଥର ତାଙ୍କ ବାସଭବନ ସାମ୍ନାରେ ବିସ୍ଫୋରଣ ହେବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କୁ Z କାଟାଗୋରୀର ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଇଛି । ବିଜେପି ସାଂସଦଙ୍କ ସୁରକ୍ଷା ବ୍ୟବସ୍ଥାକୁ ସିଆଇଏସ୍‌ଏଫ୍‌କୁ ଦିଆଯାଇଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ଏ ନେଇ ତଥ୍ୟ ପ୍ରଦାନ କରାଯାଇଛି । ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଆଦେଶରେ କୁହାଯାଇଛି ଯେ, ବିଜେପି ସାଂସଦ ଅର୍ଜୁନ ସିଂହଙ୍କ ସୁରକ୍ଷା ଦାୟିତ୍ବ ଏଣିକି ସିଆଇଏସ୍‌ଏଫ୍‌ ନେବ । ଆଦେଶ ଜାରିହେବା ପରେ ତାଙ୍କୁ ତୁରନ୍ତ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି ।  

ସୂଚନାଯୋଗ୍ୟ, ସପ୍ତାହକ ମଧ୍ୟରେ ବିଜେପି ସାଂସଦ ଅର୍ଜୁନ ସିଂହଙ୍କ ଘର ଉପରକୁ ଦୁଇ ଦୁଇଥର ଆକ୍ରମଣ ହୋଇସାରିଲାଣି । ସେପ୍ଟେମ୍ବର ୮ ତାରିଖରେ ପ୍ରଥମେ ଏବଂ ଗତ ମଙ୍ଗଳବାର ପୁଣି ଥରେ ତାଙ୍କର ଭାଟପାରା ସ୍ଥିତ ବାସଭବନ ସାମ୍ନାରେ ବିସ୍ଫୋରଣ କରିଥିଲେ ଦୂର୍ବୁତ୍ତ ।

ଏହି ଆକ୍ରମଣ ପରେ ବିଜେପି ସାଂସଦ ଅର୍ଜୁନ ସିଂହ ଏକ ବୟାନ ଜାରିକରି କହିଥିଲେ ଯେ, ତୃଣମୂଳ କଂଗ୍ରେସର ଗୁଣ୍ଡା ତାଙ୍କୁ ଏବଂ ତାଙ୍କ ପରିବାର ଲୋକଙ୍କୁ ହତ୍ୟା କରିବାକୁ ଯୋଜନା କରିଛନ୍ତି । ଏ ନେଇ କୋର୍ଟଙ୍କ ଆଶ୍ରୟ ନେଇଥିଲେ ବିଜେପି ନେତା । ପରେ କୋର୍ଟ ମାମଲାଗୁ ଗୁରୁତର ସହ ନେଇ ପୋଲିସକୁ ଯାଞ୍ଚ ପାଇଁ ନିର୍ଦେଶ ଦେଇଥିଲେ । ବର୍ତ୍ତମାନ ମାମଲାର ଯାଞ୍ଚ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା NIAର ଅନୁରୋଧ କ୍ରମେ ଅଦାଲତ ଏହି ନିର୍ଦେଶ ଦେଇଥିଲେ ।

ବିଜେପି ସାଂସଦ ଅଭିଯୋଗ କରିଛନ୍ତି ଯେ ତୃଣମୂଳ କଂଗ୍ରେସ ଗୁଣ୍ଡା ତାଙ୍କୁ, ତାଙ୍କ ପରିବାର ସଦସ୍ୟ ଏବଂ ନିକଟବର୍ତ୍ତୀ ଲୋକଙ୍କୁ ହତ୍ୟା କରିବାକୁ ଚାହୁଁଛି । ସେ କହିଛନ୍ତି, ‘ଏହା ଏକ ସୁଚିନ୍ତିତ ଆକ୍ରମଣ ବ୍ୟତୀତ ଅନ୍ୟ କିଛି ନୁହେଁ । ଏହା ପଛରେ ଟିଏମ୍‌ସିର ହିଁ ହାତ ଅଛି । ସେମାନେ ମୋତେ ଏବଂ ମୋର ଲୋକଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି । ବେଙ୍ଗଲରେ ଏବେ ଗୁଣ୍ଡାରାଜ ଚାଲିଛି ।

   Related Posts