ପଶ୍ଚିମବଙ୍ଗରେ ବିଜେପି ସାଂସଦଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଭର୍ତ୍ତି

Published By : Prameya-News7 Bureau | June 11, 2021 IST

କୋଲକାତା ୧୧/୬: ନିର୍ବାଚନ ପୂର୍ବରୁ ଏବଂ ପରେ ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଜାରି ରହିଛି। ପୁଣି ଜଣେ ବିଜେପି ସାଂସଦଙ୍କୁ ଆକ୍ରମଣ ହୋଇଥିବା ନେଇ ଖବର ମିଳିଛି। ଜଲପାଇଗୁଡିର ବିଜେପି ସାଂସଦ ଡାକ୍ତର ଜୟନ୍ତ କୁମାର ରାୟଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଏହି ଆକ୍ରମଣ ଜଲପାଇଗୁଡି​‌ରେ ହିଁ ହୋଇଛି। ଗୁରୁତର ଅବସ୍ଥାରେ ଜୟନ୍ତଙ୍କୁ ଉତ୍ତର ବେଙ୍ଗଲରେ ଥିବା ମେଡିକାଲ୍‌ କଲେଜରେ ଭର୍ତ୍ତି କରାଯାଇଛି। ତାଙ୍କ ସହ ବିଜେପି କାର୍ଯ୍ୟକର୍ତ୍ତା ମଧ୍ୟ ଗୁରୁତର ହୋଇଥିବା ଜଣାପଡ଼ିଛି।

ନିର୍ବାଚନ ପରେ ହୋଇଥିବା ହିଂସା ପାଇଁ ବାସହରା ହୋଇଥିବା ପରିବାରଙ୍କୁ ଭେଟି ଫେରୁଥିବା ବେଳେ ସାଂସଦ ଏବଂ କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ ହୋଇଛି। ରାଜଗଞ୍ଜ ପ୍ରାନ୍ତର ଭଣ୍ଡାରୀ ଗଚ କ୍ଷେତ୍ରରୁ ୧୩ ଦଳିତ ବିଜେପି କାର୍ଯ୍ୟକର୍ତ୍ତା ନିର୍ବାଚନୀ ହିଂସା ପରେ ପଳାଇଥିବା ବେଳେ ଏକ ମାସରୁ ଅଧିକ ସମୟ ହେଲା ସେମାନେ ଏକ ମନ୍ଦିରରେ ରହୁଛନ୍ତି। ଏହି କାର୍ଯ୍ୟକର୍ତ୍ତାଙ୍କୁ ଭେଟି ସାଂସଦ ସନ୍ଧ୍ୟା ୫ଟାରେ ଫେରୁଥିଲେ। ସେତେବେଳେ ତାଙ୍କ ଉପରେ ଆକ୍ରମଣ ହୋଇଛି। ଯେଉଁଥିରେ ଦୁଇ ଅନ୍ୟ ବିଜେପି କାର୍ଯ୍ୟକର୍ତ୍ତା ମଧ୍ୟ  ଗୁରୁତର ହୋଇଛନ୍ତି।

ଜୟନ୍ତ କୁମାର ଆକ୍ରମଣ ପାଇଁ ଟିଏମସିକୁ ଦାୟୀ କରିଛନ୍ତି। ଜୟନ୍ତ କୁମାର କହିଛନ୍ତି, ‘ପାଖାପାଖି ୫ଟା ସମୟରେ ଟିଏମସିର ଗୁଣ୍ଡା ମୋ ଉପରେ ଆକ୍ରମଣ କରିଛନ୍ତି। ସେ ମୋତେ ବାଉଁଶ ବାଡ଼ିରେ ଆକ୍ରମଣ କରିଛନ୍ତି। ମୋ ହାତ ଏବଂ ମୁଣ୍ଡରେ ଆଘାତ ଲାଗିଛି। ମୋ ସହିତ ଥିବା ଅନ୍ୟ କାର୍ଯ୍ୟକର୍ତ୍ତାଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଛି। ପଶ୍ଚିମବଙ୍ଗରେ କୌଣସି ଆଇନ୍‌ ବ୍ୟବସ୍ଥା ଆଉ ନାହିଁ।’

wp:embed {"url":"https://twitter.com/ANI/status/1403354949048705028","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1403354949048705028
/wp:embed

ସେପଟେ ଟିଏମସି ସାଂସଦଙ୍କ ଅଭିଯୋଗକୁ ଖଣ୍ଡନ କରିଛି । ଜୟନ୍ତ କୁମାରଙ୍କୁ ଚିକତ୍ସା କରୁଥିବା ଡାକ୍ତରଙ୍କ କହିବା ଅନୁଯାୟୀ, ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଅଛି। ଜୟନ୍ତଙ୍କ ମୁଣ୍ଡ ଏବଂ ପେଟରେ ଆଘାତ ଲାଗିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.