ଧାରଣାରୁ ଉଠିଲେ ବିଜେପି ବିଧାୟକ, ସହ ପ୍ରଭାରୀଙ୍କ ଅନୁରୋଧ ପରେ ହଟିଲେ

Published By : Prameya-News7 Bureau | April 04, 2021 IST

ଭୁବନେଶ୍ୱର ୪/୪ : ଶେଷରେ ଧାରଣାରୁ ହଟିଲେ ବିଜେପି ବିଧାୟକ । ପାଖାପାଖି ୧୨ ଘଣ୍ଟାରୁ ଅଧିକ ସମୟ ଧରି ଗାନ୍ଧୀ ମୂର୍ତ୍ତି ତଳେ ବସିବା ପରେ ଶେଷରେ ଧାରଣା ପ୍ରତ୍ୟାହାର କରିଛନ୍ତି ବିଜେପି ବିଧାୟକ | ବିଜେପି ସହପ୍ରଭାରୀ ବିଜୟପଲ ସିଂହ ତୋମାର ଯାଇ ଭେଟିବା ପରେ ଧାରଣା ପ୍ରତ୍ୟାହାର କରିଛନ୍ତି ବିଜେପି ବିଧାୟକ | ତେବେ ବିଜୟପଲ ସିଂହ ତୋମାରଙ୍କ ପୂର୍ବରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଧାରଣାରତ ବିଜେପି ବିଧାୟକଙ୍କୁ ଭେଟି ଆଲୋଚନା କରିଥିଲେ | ଆଲୋଚନା ପରେ ନରସିଂହ କହିଥିଲେ ଯେ ୫ ଦିନ ପୁର୍ବରୁ ଗୃହ କାର୍ଯ୍ୟ ବନ୍ଦ କରିଦିଆଗଲା। ହୋହଲା ଭିତରେ ବିଧେୟକ ପାରିତ ହେଲା। ବିରୋଧୀଙ୍କୁ ଆଲୋଚନାରେ ସାମିଲ କରାନଯିବା ଏବଂ ଗୃହରେ ଯେଉଁ ଭଳି ଭାବେ ବିଲ୍ ପାସ କରାଯାଉଛି, ତାହା ଅଗଣତାନ୍ତ୍ରିକ। ବିଧାୟକମାନଙ୍କ ସହ ଆଲୋଚନା କରାଯାଉନି ।

ଆଲୋଚନା ଭିତରେ ବିଧାନସଭା ବନ୍ଦ କରିବା କଥା। କିନ୍ତୁ ସେଭଳି କିଛି ହେଇନି । ବିରୋଧୀଙ୍କୁ କହିବାକୁ ସୁଯୋଗ ଦିଆଯାଉନାହିଁ | ସୂଚନା ମୁତାବକ ସୂଚନା ମୁତାବକ ବିଜେପିର ୩ ସଦସ୍ୟଙ୍କ ନିଲମ୍ବନକୁ ନେଇ ବିଧାନସଭା ପରିସ୍ଥିତି ଗାନ୍ଧୀମୂର୍ତ୍ତି ତଳେ ଅହୋରାତ୍ର ଧାରଣା ଦେଇଥିଲେ ବିଜେପି ବିଧାୟକ। ବିଲ୍‌ ଆଲୋଚନା ବେଳେ ବିରୋଧୀ ସଦସ୍ୟମାନଙ୍କୁ ଭାଗ ନେବାକୁ ବାଚସ୍ପତି ସୁଯୋଗ ଦେଇନାହାନ୍ତି ବୋଲି ସେମାନେ କହିଥିଲେ । ମୁଲତବୀ ଆଲୋଚନା ଦାବି କରିବା ବିରୋଧୀମାନଙ୍କର ଅଧିକାର। ସେ ଅଧିକାର ବାଚସ୍ପତି ଦେଇନାହାନ୍ତି ବୋଲି କହି ଧାରଣାରେ ବସିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.