Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

କରୋନାରେ ଜୀବନ ହାରିଲେ ବିଜେପି ବିଧାୟକ, ୩ ଥର ବିଧାନସଭାକୁ ହୋଇଥିଲେ ନିର୍ବାଚିତ

12/11/2020 at 9:15 AM

ଡେରାଡୁନ ,୧୨|୧୧:  ଉତ୍ତରାଖଣ୍ଡର ବିଜେପି ବିଧାୟକ ସୁରେନ୍ଦ୍ର ସିଂ ଜୀନାଙ୍କର ପରଲୋକ ଘଟିଛି । ସେ କରୋନା ଭାଇରସରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧିନ ଅବସ୍ଥାରେ ଦିଲ୍ଲୀସ୍ଥିତ ସାର ଗଙ୍ଗାରାମ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ବୟସ ହୋଇଥିଲା ।

ସୁରେନ୍ଦ୍ର ସିଂ ଅଲମୋଡା ଜିଲ୍ଲାର ସଲଟ୍ ବିଧାନସଭା ଆସନରୁ ବିଧାୟକ ଥିଲେ । କିଛି ଦିନ ପୂର୍ବରୁ ହିଁ ତାଙ୍କ ପତ୍ନୀ ହୃଦଘାତରେ ପ୍ରାଣ ହରାଇଥିଲେ । ଏହାପରେ ସୁରେନ୍ଦ୍ର ସିଂ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ସାର୍ ଗଙ୍ଗାରାମ ହସ୍ପିଟାଲରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡିଥିଲା । ତେବେ ସଂକ୍ରମିତ ହେବାର ୨ ସପ୍ତାହ ପରେ ଗୁରୁବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସୁରେନ୍ଦ୍ର ସିଂଙ୍କ ନିଦ୍ଧନ ବିଜେପିକୁ ବଡ ଝଟକା ବୋଲି କୁହାଯାଉଛି ।

ସେ ଉତ୍ତରାଖଣ୍ଡ ବିଜେପିର ଜଣେ ଟାଣୁଆ ଯୁବ ନେତା ଥିଲେ । ସେ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ସୂଚନାଯୋଗ୍ୟ, ୨୦୦୬ରେ ଜୀନା କୁମାଉଁ ମଣ୍ଡଳ ବିକାଶ ନିଗମର ଅଧ୍ୟକ୍ଷ ରହିଥିଲେ । ୨୦୦୭ରେ ସେ ପ୍ରଥମ ଥର ଭିକକ୍ୟୋସେଣ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୨ରେ ସେ ଦ୍ୱିତୀୟ ଥର ଓ ୦୨୦୧୭ରେ ତୃତୀୟ ଥର ବିଧାନସଭା ଭାବେ ନିର୍ବାଚିତ ହୋଇଥିଲେ ।

   Related Posts