Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

କରୋନାରେ ଚାଲିଗଲା ବିଜେପି ବିଧାୟକଙ୍କ ଜୀବନ, ୭ ଦିନ ହେଲା ହସ୍ପିଟାଲରେ ଥିଲେ

23/04/2021 at 10:49 PM

ଲକ୍ଷ୍ନୌ ୨୩/୪: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ପଶ୍ଚିମ କ୍ଷେତ୍ରର ବିଜେପି ବିଧାୟକ ସୁରେଶ ଚନ୍ଦ୍ର ଶ୍ରୀବାସ୍ତବଙ୍କ କରୋନାରେ ନିଧନ ହୋଇଯାଇଛି। ବିଧାୟକ ଶ୍ରୀବାସ୍ତବ  କରୋନା ସଂକ୍ରମଣ ଚିହ୍ନଟ ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଉତ୍ତରପ୍ରଦେଶରେ ଦୁଇ ବିଜେପି ବିଧାୟକଙ୍କ କରୋନାରେ ମୃତ୍ୟୁ ହୋଇଛି ।

ଏହା ପୂର୍ବରୁ ଔରିୟା ସଦରର ବିଜେପି ବିଧାୟକ ରମେଶ ଦିବାକରଙ୍କ କରୋନାରେ ମୃତ୍ୟୁ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ, ବିଧାୟକ ସୁରେଶ ଚନ୍ଦ୍ର ଶ୍ରୀବାସ୍ତବ କରୋନା ସଂକ୍ରମିତ ହେବା ପରେ ୭ ଦିନ ଭେଣ୍ଟିଲେଟରରେ ଥିଲେ । କରୋନା ସଂକ୍ରମଣ ହେବା ପରେ ତାଙ୍କ ଚିକିତ୍ସା ଚାଲିଥିଲା ।

ବିଧାୟକଙ୍କ ପତ୍ନୀ ଏବଂ ଛୋଟ ପୁଅର ସ୍ବାସ୍ଥ୍ୟବସ୍ଥା ବି ଖରାପ ଅଛି। ପିଜିଆଇରେ ସେମାନଙ୍କ ଚିକିତ୍ସା ଚାଲିଛି। ସୁରେଶ ଚନ୍ଦ୍ର ଶ୍ରୀବାସ୍ତବ ପଶ୍ଚିମ କ୍ଷେତ୍ରରୁ ଲଗାତାର ୫ ଥର ବିଧାୟକ ହୋଇଥିଲେ। ୨୪ ଘଣ୍ଟା ଭିତରେ ବିଜେପିର ଦ୍ବିତୀୟ ବିଧାୟକଙ୍କ ମୃତ୍ୟୁ କରୋନାରେ ହୋଇଛି। ବିଧାୟକଙ୍କ ପରଲୋକରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଶୋକ ପ୍ରକାଶ କରିଛନ୍ତି।

   Related Posts