ରାହୁଲ ରାବଣ, ପ୍ରିୟଙ୍କା ସୂର୍ପଣଖା ବୋଲି କହିଲେ ବିଜେପି ବିଧାୟକ : ତେଜିଲା ବିବାଦ

Published By : Prameya-News7 Bureau | January 30, 2019 IST

ବଲିୟା ୩୦/୧: ପ୍ରିୟଙ୍କା ଗାନ୍ଧି ସକ୍ରିୟ ରାଜନୀତିକୁ ଆସିବା  ଘୋଷଣା ପରେ ତାଙ୍କୁ ନେଇ ତୀବ୍ର ବୟାନବାଜି ଆରମ୍ଭ ହୋଇଯାଇଛି। ଉତ୍ତର ପ୍ରଦେଶର ବଲିୟାରୁ ବିଜେପି ବିଧାୟକ ସୁରେନ୍ଦ୍ର ସିଂହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ରାହୁଲ ଗାନ୍ଧୀଙ୍କୁ ରାବଣ ଏବଂ ପ୍ରିୟଙ୍କାଙ୍କୁ ସୂର୍ପଣଖା ବୋଲି କହିଛନ୍ତି ସୁରେନ୍ଦ୍ର ସିଂହ।

ସୁରେନ୍ଦ୍ର ସିଂହ ସବୁବେଳେ ନିଜ ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ଥାଆନ୍ତି। ଆଜି ପୁଣିଥରେ ତାଙ୍କ ଭାଷା ବିଗିଡ଼ିଯାଇଛି। ବିଜେପି ବିଧାୟକ ସୁରେନ୍ଦ୍ର ସିଂହ କହିଛନ୍ତି ଯେ,‘‘ ଯେତେବେଳେ ରାମ ଏବଂ ରାବଣଙ୍କ ଯୁଦ୍ଧ ହେବାର ଥିଲା ସେତେବେଳେ ରାବଣ ନିଜ ଭଉଣୀ ସୂର୍ପଣଖାକୁ ପଠାଇଥିଲେ , ଲାଗୁଛି ୨୦୧୯ ନିର୍ବାଚନରେ ରାହୁଲ, ରାବଣଙ୍କ ରାବଣଙ୍କ ଭୂମିକାରେ ରହିବେ ଏବଂ ମୋଦି ରାମଙ୍କ ଭୂମିକାରେ। ରାହୁଲ ରୂପୀ ରାବଣ ନିଜ ଭଉଣୀ ସୂର୍ପଣଖାଙ୍କୁ ଏବେ ମଇଦାନକୁ ଓହ୍ଲାଇଛନ୍ତି। ମାନିକି ଚାଲନ୍ତୁ ଲଙ୍କା ବିଜୟ ହୋଇଗଲା ’’।

ପ୍ରିୟଙ୍କା ଗାନ୍ଧୀଙ୍କୁ ରାଷ୍ଟ୍ରୀୟ ସଚିବ କରାଯିବା ପ୍ରଶ୍ନରେ ସେ କହିଥିଲେ ଯେ ‘‘ କଂଗ୍ରେସ୍ ଏକ ଭଙ୍ଗା ନୈାକା ହୋଇଯାଇଛି। ସେ କେବଳ ଏସସି -ଏସଟି ଆକ୍ଟ କାରଣରୁ ରାଜସ୍ଥାନ ଏବଂ ମଧ୍ୟ ପ୍ରଦେଶରେ ଜିତିଗଲେ । ନହେଲେ ତାଙ୍କୁ କେଉଁଠାରେ ଚନ୍ଦନ ମଧ୍ୟ ଦିଆଯାଇନଥାନ୍ତା। ’’ ଏହା ପୂର୍ବରୁ ବିହାରର ମନ୍ତ୍ରୀ ବିନୋଦ ନାରାୟଣ ଝା ପ୍ରିୟଙ୍କାଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇ କହିଥିଲେ ଯେ ସୁନ୍ଦର ଚେହେରାକୁ ଦେଖି ଭୋଟ୍ ମିଳିନଥାଏ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.