ସପନାଙ୍କୁ ନେଇ ପୁଣି ବିବାଦୀୟ ବୟାନ ଦେଲେ ବିଜେପି ବିଧାୟକ ସୁରେନ୍ଦ୍ର ସିଂହ, କହିଲେ "ରାହୁଲ ସପନାଙ୍କୁ ନିଜର କରିଦିଅନ୍ତୁ"

Published By : Prameya-News7 Bureau | March 24, 2019 IST

ଦିଲ୍ଲୀ ୨୪/୩ : ବିବାଦୀୟ ବୟାନ ଦେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବିଜେପି ବିଧାୟକ ସୁରେନ୍ଦ୍ର ସିଂହ ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି | ହରିୟାଣାର ଡ୍ୟାନ୍ସର ସପନା ଚୌଧୁରୀ କଂଗ୍ରେସରେ ଯୋଗ ଦେବାପରେ ସପନାଙ୍କୁ କଟାକ୍ଷ କରିଛନ୍ତି ସୁରେନ୍ଦ୍ର ସିଂହ | ସେ କହିଛନ୍ତି ଯେ, ସପନାଜୀ ଯେଉଁ କାମ କରନ୍ତି, ସେହି କାମ ସୋନିଆ ଗାନ୍ଧୀ ଇଟାଲୀରେ କରୁଥିଲେ |

{"id":96383}


ସୂଚନାଯୋଗ୍ୟ ଯେ, ଡ୍ୟାନ୍ସର ସପନା ଚୌଧୁରୀ ଗତକାଲି କଂଗ୍ରେସରେ ମିଶିଥିଲେ | କଂଗ୍ରେସ ସପନାଙ୍କୁ ଲୋକସଭା ଆସନ ପାଇଁ ଟିକେଟ ଦେଇପାରେ ବୋଲି କହିଛନ୍ତି ସପନା | ରାଜନୀତି ମୈଦାନରେ ସପନା ବହୁତ ସକ୍ରିୟ ହୋଇ ଓହ୍ଲାଇବେ ବୋଲି କୁହାଯାଉଛି |

{"id":96384,"width":578,"height":360}


ସପନା ଚୌଧୁରୀ କଂଗ୍ରେସରେ ସାମିଲ ହେବାପରେ ବିଜେପି ବିଧାୟକ ସୁରେନ୍ଦ୍ର ସିଂହ କହିଛନ୍ତି ଯେ, ସପନାଙ୍କ ପେସା ଗୀତ ଗାଇବା, ନାଚିବା | ସେ ଯାହାହେଲେ ବି ନିଜ ପେସାକୁ ହିଁ ମହତ୍ୱ ଦେବେ | ରାହୁଲ ଗାନ୍ଧୀଙ୍କ ମା ସୋନିଆ ଗାନ୍ଧୀଙ୍କ ପେସା ମଧ୍ୟ ଇଟାଲୀରେ ଥିବାବେଳେ ଏହା ହିଁ ଥିଲା ବୋଲି କହିଛନ୍ତି ସୁରେନ୍ଦ୍ର ସିଂହ |

{"id":96385,"width":578,"height":324}

ସେ ଆହୁରି ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି | ରାହୁଲଙ୍କୁ ସେ କହିଛନ୍ତି ଯେ, ଯେଉଁଭଳି ରାହୁଲଙ୍କ ପିତା ସ୍ବର୍ଗୀୟ ରାଜୀବ ଗାନ୍ଧୀ ସୋନିଆ ଗାନ୍ଧୀଙ୍କୁ ବିବାହ କରି ନିଜର କରିଥିଲେ, ସେହିଭଳି ରାହୁଲ ମଧ୍ୟ ସପନାଙ୍କୁ ନିଜର କରିଦିଅନ୍ତୁ | ସବୁଠାରୁ ଭଲ କଥା ହେଲା ଶାଶୁ ବୋହୁ ଉଭୟଙ୍କ ପେସା ଗୋଟିଏ | ସେଥିପାଇଁ ଉଭୟଙ୍କ ମଧ୍ୟରେ ତାଳମେଳ ଭଲ ରହିବ |

{"id":96386,"width":582,"height":382}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.