Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ମାୟାବତୀଙ୍କୁ ବିଜେପି ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ : ‘ପ୍ରତିଦିନ ଫେସିଆଲ କରୁଛନ୍ତି ମାୟାବତୀ’

19/03/2019 at 1:24 PM

ଦିଲ୍ଲୀ ୧୯/୩ : ନିର୍ବାଚନୀ ମାହୋଲ ଆରମ୍ଭ ହେଲେ ବୟାନବାଜି, ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି | ବୟାନ ଯୋଗୁଁ ଚର୍ଚ୍ଚାରେ ରହୁଛନ୍ତି ନେତା ରାଜନେତା | ଉତ୍ତର ପ୍ରଦେଶ ବଲିଆ ବିଧାୟକ ସୁରେନ୍ଦ୍ର ସିଂ ନିଜ ବୟାନବାଜିକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି | ସୁରେନ୍ଦ୍ର ସିଂ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି | ସେ କହିଛନ୍ତି ଯେ, ମାୟାବତୀ ପ୍ରତିଦିନ ଫେସିଆଲ କରୁଛନ୍ତି | ସେ ପୁଣି ବିଜେପି ନେତାଙ୍କୁ ସଉକିନ ବୋଲି କହୁଛନ୍ତି | ସେ କହିଛନ୍ତି ମାୟାବତୀଙ୍କ ବୟସ ହୋଇଗଲାଣି, ଚୁଟି ପାଚିଗଲାଣି, ତଥାପି ସେ ନିଜକୁ ଯୁବା ପ୍ରମାଣିତ କରିବାକୁ ଚେଷ୍ଟା କରୁଛନ୍ତି | ମାୟାବତୀଙ୍କ ବୟସ ୬୦ ବର୍ଷ ହେଲାଣି ତଥାପି ତାଙ୍କ ଚୁଟିର ରଙ୍ଗ କଳା ଅଛି | ନିଜ ଚୁଟି କଳା କରି ସେ ନିଜକୁ ଯୁବା ପ୍ରମାଣିତ କରୁଛନ୍ତି | ଏହାକୁ ସଉକ ବୋଲି କୁହାଯାଏ ବୋଲି କହିଛନ୍ତି ସୁରେନ୍ଦ୍ର ସିଂ | ମୋଦିଜୀ କେବଳ ସ୍ୱଚ୍ଛ ବସ୍ତ୍ର ହିଁ ପିନ୍ଧନ୍ତି ବୋଲି କହିଥିଲେ ସୁରେନ୍ଦ୍ର ସିଂ |


ଏହା ପୂର୍ବରୁ ମଧ୍ୟ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ ସିରେନ୍ଦ୍ର ସିଂ | ଏହାପୂର୍ବରୁ ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିଥିବା ସମୟରେ ସେ କହିଥିଲେ ଯେ, ଦଳିତଙ୍କୁ ଆକାଶ ଉପରକୁ ଉଠାଇବା ଉଚିତ ନୁହେଁ | ଉନ୍ନାଓ ଦୁଷ୍କର୍ମ ମାମଲାରେ ମଧ୍ୟ ସେ ବିବାଦୀୟ ମନ୍ତବ୍ୟ ଦେଇଥିଲେ |


ଆଜି ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ | ସେ କହିଥିଲେ ଯେ, ସାଧା ଜୀବନ ଶୈଳୀ, ଉଚ୍ଚ ବିଚାରଧାରା ବିପରୀତ ରାଜକୀୟ ଅନ୍ଦାଜରେ ଜୀବନ ଜିଉଁଥିବା ବ୍ୟକ୍ତି ଗତ ଲୋକସଭା ନିର୍ବାଚନ ବେଳେ ଭୋଟ ପାଇଁ ନିଜକୁ ଚାଏ ଵାଲା ବୋଲି ପ୍ରଚାର କରିଥିଲେ, ସେ ଏବେ ଭୋଟ ପାଇଁ ନିଜକୁ ଚୌକିଦାର ଘୋଷଣା କରୁଛନ୍ତି | ଦେଶରେ ସତରେ ବଦଳୁଛି |

   Related Posts