Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘କାଦୁଅରେ ଗାଧୋଇଲେ ଓ ଶଙ୍ଖ ଫୁଙ୍କିଲେ ରୋଗ ପ୍ରତିରୋଧକ ଶକ୍ତି ବଢିବ, କରୋନା ପାଖ ମାଡିବନି,’ ବିଜେପି ସାଂସଦ ଦେଲେ ପରାମର୍ଶ

16/08/2020 at 3:26 PM

ଜୟପୁର, ୧୬|୦୮: କରୋନା ଭାଇରସର ଆତଙ୍କ ଜାରି ରହିଛି । ପ୍ରତିଦିନ ଦେଶରେ ହଜାର ହଜାର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାର ଭାକସିନକୁ ନେଇ ସାରା ବିଶ୍ୱର ଗବେଷକ ଦିନ ରାତି ଏକ କରିଦେଇଛନ୍ତି । ଏହାମଧ୍ୟରେ ରାଜସ୍ଥାନର ବିଜେପି ନେତା ତଥା ସାଂସଦ ଏକ ଅଜବ ଦାବି କରିଛନ୍ତି । ଏହି ନେତାଜଣଙ୍କ କରୋନାକୁ ମୁକ୍ତି ପାଇବାର ଏକ ଉପାୟ କହିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି ।

ବିଜେପି ସାଂସଦ ସୁଖବୀର ସିଂ ଜାଉନପୁରିଆଙ୍କ ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ତାଙ୍କୁ କାଦୁଅରେ ଗାଧୋଇବା ଓ ଶଙ୍ଖ ଫୁଙ୍କୁଥିବାର ଦେଖିବାକୁ ମିଳିଛି ।  ସେ ଭିଡିଓରେ କହିଛନ୍ତି ଯେ. କରୋନା ଯେବେଠୁ ଆରମ୍ଭ ହେଲା ସେବେଠୁ ସେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ କହିଥିଲେ । ଔଷଧ ଖାଇଲେ ଏହା ବୃଦ୍ଧି ପାଇବ ନାହିଁ । ପ୍ରାକୃତିକ ଉପାୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ପଡିବ । ବାହାରେ ବୁଲିଲେ, ବର୍ଷାରେ ଓଦା ହେଲେ, କ୍ଷେତରେ କାମ କଲେ, ଖାଲି ପାଦରେ ବୁଲିଲେ ଓ ଶଙ୍ଖ ବଜାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢିବ ।

ସେ ଆହୁରି କହିଛନ୍ତି ଯେ, ଔଷଧ ଖାଇଲେ କିଛି ଲାଭ ହେବ ନାହିଁ । ସେ ନିଜେ କାଦୁଅରେ ଗାଧୋଇଛନ୍ତି । ଏହାସହ ଶଙ୍ଖ ଫୁଙ୍କି ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ବଢେ ବୋଲି ଦାବି କରିଛନ୍ତି । ଏହାସହ ଘିଁକୁଆରୀ ଖାଇବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।

   Related Posts