Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ନେତାଙ୍କ ପୁଅକୁ ଲଗାମ ନାହିଁ: ଲକଡାଉନ୍ ଭାଙ୍ଗିଲେ ବିଜେପି ବିଧାୟକଙ୍କ ପୁଅ, ରାସ୍ତାରେ ଦଉଡାଇଲେ ଘୋଡା

12/05/2020 at 4:38 PM

ବେଙ୍ଗାଲୁରୁ, ୧୨|୦୫ :  ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ମେ ୧୭ ଯାଏଁ ଲକଡାଉନକୁ ବୃଦ୍ଧି କରାଯାଇଛି । ଯେତେବେଳେ ସାରା ଦେଶ ଲକଡାଉନ୍ ପାଳନ କରୁଛି ସେହି ସମୟରେ କର୍ଣ୍ଣାଟକ ର ଜଣେ ବିଜେପି ବିଧାୟକ ସିଏସ୍ ନିରଞ୍ଜନଙ୍କ ପୁତ୍ର କୁମାରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ସେ ଲକଡାଉନର ମଜାକ ଉଡାଉ ଜାତୀୟ ରାତପଥରେ ଘୋଡା ଉପରେ ବସି ଭ୍ରମଣ କରୁଛନ୍ତି ।

ସବୁଠାରୁ ବଡ କଥା ହେଲେ ଯେ ଘୋଡା ଉପରେ ବସିଥିବା ବେଳେ କୁମାର ମାସ୍କ ପିନ୍ଧି ନାହାଁନ୍ତି । ଏପରିକି ଅନ୍ୟ କୌଣସି ସୁରକ୍ଷା ଉପାୟ ମଧ୍ୟ ଅବଲମ୍ବନ କରିନାହଁନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏପରିକି ଅନେକ ୟୁଜର ତାଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି ।ଆଉ କିଛି ଏହି ଘଟଣା ଉପରେ ପ୍ରଶ୍ନ ଉଠାଇଛନ୍ତି । ଆଉ ଜଣେ ୟୁଜର ରେଡଜୋନରେ ବାଇକ୍ ଚଳାଇବା ମନା କିନ୍ତୁ ବିଜେପି ବିଧାୟକଙ୍କ ପୁତ୍ର ଘୋଡା ଉପରେ ବସିପାରିବେ ବୋଲି ସେ କହିଛନ୍ତି ।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ, କୁମାରଙ୍କ ବିରୋଧରେ କୌଣସି ମାମଲା ରୁଜୁ କରାଯାଇ ନାହିଁ । ଚାମରାଜନଗରର ଏସପି କହିଛନ୍ତି ଯେ, ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

ପୂର୍ବରୁ ମଧ୍ୟ କର୍ଣ୍ଣାଟକର ଅନେକ ବିଧାୟକ ଓ ତାଙ୍କ ପରିବାର ଲୋକେ ଲକଡାଉନ୍ ନିୟମକୁ ଉଲଙ୍ଘନ କରିଛନ୍ତି । ମାର୍ଚ୍ଚରେ ଜେଡିଏସ ବିଦାୟକ ଗୁବ୍ବୀ ଏସଆର ଶ୍ରୀନିବାସ ମଧ୍ୟ ଲକଡାଉନ୍ ନିୟମକୁ ମାନି ନଥିଲେ ।

   Related Posts