ଥାନା ଅଧିକାରୀଙ୍କ ଚୌକିରେ ବସି ମାମଲା ରୁଜ୍ଜୁ କରାଇଲେ ବିଜେପି ବିଧାୟକ: ପାଖରେ ବସିଛନ୍ତି ପୋଲିସ ବାବୁ, ଭିଡିଓ ଭାଇରଲ୍

Published By : Prameya-News7 Bureau | September 15, 2020 IST

ଅଲିଗଡ଼ ୧୫/୦୯ : ଉତ୍ତର ପ୍ରଦେଶ ଅଲିଗଡ଼ରେ ବିଜେପି ବିଧାୟକ ଥାନାରେ ଥାନା ଅଧିକାରୀଙ୍କ ଚୌକିରେ ବସି ମାମଲା ରୁଜ୍ଜୁ କରିଥିବା ମାମଲା ସାମ୍ନାକୁ ଆସିଛି । ଏହାପରେ ପୀଡିତଙ୍କ ଏହାର କପି ସେଇଠି ବସି ହିଁ ଦେଇଥିଲେ । ଆଇପିଏସ ଅମିତାଭ ଠାକୁର ବିଧାୟକଙ୍କ ଏହି ଭିଡିଓକୁ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । ଭିଡିଓ ଭାଇରାଲ ପରେ ହେବାପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା ।

ଅଲିଗଡ଼ ଜିଲ୍ଲା ବିଧାନସଭା ଛର୍ରା ବିଧାୟକ ଠାକୁର ରାବେନ୍ଦ୍ର ପାଲ ସିଂହଙ୍କ ୩୯ ସେକେଣ୍ଡର ଭିଡିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି । ଆଇପିଏସ ଅମିତାଭ ଠାକୁର ଆଗ୍ରା ଏଡିଜି ଓ ଅଲିଗଡ଼ ପୋଲିସକୁ ଟ୍ୟାଗ କରି ଲେଖିଛନ୍ତି ଯେ, ଭିଡିଓରେ ଛର୍ରା ବିଧାୟକ ଅକରାବାଦ ପୋଲିସ ଥାନାରେ ମାମଲା ରୁଜ୍ଜୁ କରିବାକୁ ଯାଇଥିଲେ । ଅକାରାବାଦ ଥାନା ଅଧିକାରୀ ତାଙ୍କୁ ବସିବାକୁ ଏସଏଚଓଙ୍କ ଚୌକି ଦେଇଥିଲେ । ପ୍ରୋଟୋକଲ୍ ଅନୁସାରେ ବିଧାୟକଙ୍କୁ ଏସଏଚଓଙ୍କ ସରକାରୀ ଚୌକିରେ ବସିବା ଅନୁଚିତ । ଏହା ଅନୁଚିତ ଓ ଅସଙ୍ଗତ । ଏହା ଜନସାଧାରଣଙ୍କୁ ଭୁଲ ପ୍ରଶାସନିକ ସନ୍ଦେଶ ଦେଉଛି । ଆଇପିଏସ ଅମିତାଭ ଠାକୁର ସୋମବାର ଦିନ ଏହି ଭିଡିଓ ସେୟାର କରିବା ପରେ ଏଥିରେ ଲୋକେ ନାନା ପ୍ରତିକ୍ରିୟା ରଖିଥିଲେ ।

wp:core-embed/twitter {"url":"https://twitter.com/Amitabhthakur/status/1305440290354806784","type":"rich","providerNameSlug":"twitter","className":""}
https://twitter.com/Amitabhthakur/status/1305440290354806784
/wp:core-embed/twitter

ଭିଡିଓରେ ବିଧାୟକ ଓ ପୋଲିସ ସାମ୍ନାରେ କୋଭିଡ-୧୯ ନିୟମ ମଧ୍ୟ ଉଲଙ୍ଘନ ହୋଇଥିବା ଦେଖିବାକୁ ମିଳିଛି । ଗୋଟିଏପଟ ପୋଲିସ କୋଭିଡ-୧୯ ନିୟମ ଉଲଙ୍ଘନ ମାମଲାରେ ଜନସାଧାରଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ଅପରପକ୍ଷରେ ଥାନାରେ ଥାନା ଅଧିକାରୀ ଓ ବିଧାୟକ ଖୋଲାଖୋଲି ନିୟମ ଉଲଙ୍ଘନ କରିଥିବା ଦେଖିବାକୁ ମିଳିଛି । ଏହାକୁ ଲୋକେ ବିଧାୟକ ଓ ଏସଏଚଓଙ୍କ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.