କମଲନାଥଙ୍କ ଭୟ ନା ଆଉ କିଛି ! ଭୋପାଳରୁ ବିଧାୟକଙ୍କୁ ସିଫ୍ଟ କଲା ବିଜେପି

Published By : Prameya-News7 Bureau | March 11, 2020 IST

ଭୋପାଳ ୧୧।୦୩: ଗତ ୨୪ଘଣ୍ଟା ମଧ୍ୟରେ ମଧ୍ୟପ୍ରଦେଶ ରାଜନୀତିରେ ଗତି ତିବ୍ର ହେବାର ଲାଗିଛି । ସାରାଦେଶ ହୋଲି ଉତ୍ସବ ମନାଉଥିବା ବେଳେ ଜ୍ୟୋତିରାଦିତ୍ୟ ସିନ୍ଧିଆ ରାଜନୈତିକ ଦିଗରେ ଏକ ନୂତନ ରଙ୍ଗ ବୋଳିଦେଇଛନ୍ତି । ସିନ୍ଧିଆ କଂଗ୍ରେସ ପାର୍ଟିରୁ ଇସ୍ତଫା ଦେଇସାରିଛି । ଏବେ ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି । ତେବେ ଆଜି ବିଜେପିରେ ଯୋଗମଧ୍ୟ ଦେଇପାରନ୍ତି । ସେପଟେ ସିନ୍ଧିଆଙ୍କ କଂଗ୍ରେସରୁ ଇସ୍ତଫା ପରେ ୨୨ଜଣ ବିଧାୟକ ମଧ୍ୟ ଇସ୍ତଫା ଦେଇଛନ୍ତି । ଗୋଟିଏ ପଟେ କମଳନାଥଙ୍କୁ ନିଜ ସରକାର ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ବିଜେପି ମଧ୍ୟ ସରକାର ଗଢିବାକୁ ନିଜ ପାଦ ଆଉ ପାଦେ ଆଗେଇଛି । ନିଜ ଦଳର ସମସ୍ତ ବିଧାୟକଙ୍କୁ ଭୋପାଳରୁ ସିପ୍ଟ କରାଯାଇଛି ।

wp:core-embed/twitter {"url":"https://twitter.com/ANI/status/1237469390968250368","type":"rich","providerNameSlug":"twitter","className":""}
https://twitter.com/ANI/status/1237469390968250368
/wp:core-embed/twitter

ସୂଚନାନୁସାରେ  ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ନିଜର ସମସ୍ତ ବିଧାୟକଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ବାହାରିଯାଇଛନ୍ତି ।  କିନ୍ତୁ ଏହା ପୂର୍ବରୁ ସମସ୍ତ ବିଧାୟକଙ୍କୁ ଦିଲ୍ଲୀ, ଗୁଜରାଟ, ହରିୟାଣି ସିପ୍ଟ କରାଯାଇଛି ବୋଲି ସୂଚନା ମିଳୁଥିଲା । ସେହିପରି କିଛି ବିଧାୟକଙ୍କୁ ହରିୟାଣାର ଗୁରୁଗ୍ରାମରେ ଏକ ହୋଟେଲରେ ରଖାଯାଇଛି । ବିଜେପି ସମସ୍ତ ବିଧାୟକଙ୍କୁ ୨ଟି ବସ୍‌ ଯୋଗେ ମଙ୍ଗଳବାର ରାତିରେ ଗସ୍ତ କରିଛନ୍ତି । ବିଜେପି ନିଜର ବିଧାୟକଙ୍କୁ କିପରି କଂଗ୍ରେସ ନେତାଙ୍କ ଠାରୁ ଦୂରେଇ ରଖିବ  , ସେନେଇ ବାହାର ରାଜ୍ୟକୁ ପଠାଇଦେଉଛି ବୋଲି ମନେକରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.