ବିଜେପି ବିଧାୟକ ନିଜ ଦଳର ସାଂସଦଙ୍କୁ ପଠାଇଲେ ୨୩କୋଟି ଟଙ୍କାର ମାନହାନି ନୋଟିସ୍

Published By : Prameya-News7 Bureau | February 02, 2020 IST

ଔରଙ୍ଗାବାଦ ୨।୨: ମହାରାଷ୍ଟ୍ର ଔରଙ୍ଗାବାଦର ଗଙ୍ଗାପୁର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରଶାନ୍ତ ବମ୍ବ ନାନ୍ଦେଣ୍ଡ ନିର୍ବାଚନ ମଣ୍ଡଳୀରେ ବିଜେପି ସାଂସଦ ପ୍ରତାପ ପାଟିଲ ଚିଖଲିକରଙ୍କୁ ମାନହାନୀ ନୋଟିସ୍ ପଠାଇଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ସାଂସଦ ନିକଟରେ ରାଜ୍ୟର ପିଡବ୍ଲୁଡି ଅଧିକାରୀଙ୍କୁ ପଠାଯାଇଥିବା ଚିଠିରେ ତାଙ୍କୁ ବ୍ଲାକମେଲର କହିଛନ୍ତି ।

ବିଧାୟକ ପ୍ରଶାନ୍ତ ବମ୍ବ ସାଂସଦ ଚିଖଲିକରଙ୍କଠାରୁ ୨୩ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି । ନଚେତ୍ ସାମ୍ବାଦିକ ସମ୍ମିଳନୀ କରି ବିନା ସର୍ତ୍ତରେ ସାର୍ବଜନିକ ଭାବେ କ୍ଷମା ମାଗିବା ସହ ସୋସିଆଲ ମିଡିଆରେ ଛଡାଯାଇଥିବା ସମସ୍ତ ମେସେଜୁ ଡିଲିଟ୍ କରିବାକୁ କହିଛନ୍ତି ।

ନୋଟିସ୍ ଅନୁସାରେ ଚିଖଲିକର ପିଡବ୍ଲୁଡି ଅଧିକାରୀଙ୍କୁ ନଭେମ୍ବର ୨୦୧୯ରେ ଏକ ଚିଠି ଲେଖିଥିଲେ ଯେଉଁଥିରେ ଲେଖାଯାଇଥିଲା ଯେ, ସେମାନେ ବମ୍ବଙ୍କ ଅଭିଯୋଗ ଉପରେ ଧ୍ୟାନ ଦିଅନ୍ତୁନାହିଁ ଏବଂ ସେ ଜଣେ ବ୍ଲାକ୍ ମେଲର ।

ସୂଚନାଯୋଗ୍ୟ ଯେ, ବିଜେପିର ବରିଷ୍ଠ ନେତା ଏବଂ କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ପୂର୍ବ ମାସରେ କହିଥିଲେ ଯେ, ଯେତେବେଳେ ବି ମରାଠାଓ୍ବାଡା ଅଞ୍ଚଳରେ କୌଣସି ପ୍ରକାରର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ ତେବେ ସ୍ଥାନୀୟ ନେତା ଠିକାଦାରଙ୍କୁ ଲାଞ୍ଚ ମାଗିଥାନ୍ତି । ଗଡକରୀ ଏଭଳି ନେତାଙ୍କୁ ସିବିଆଇ ଯାଞ୍ଚର ସମ୍ମୁଖୀନ ହେବାକୁ ପଡିବ ବୋଲି ଚେତାବନୀ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.