Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ବାତିଲ ହେଲା ଚଳିତବର୍ଷ ମାଟ୍ରିକ ପରୀକ୍ଷା, ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ
  • ||
  • ଆଜିଠାରୁ ୫ ଦିନ ବନ୍ଦ ରହିବ ସମ୍ବଲପୁର ବିଶ୍ବବିଦ୍ୟାଳୟ, କରୋନା ସଂକ୍ରମଣ ଦୃଷ୍ଟିରୁ ପଦକ୍ଷେପ
  • ||
  • ରାଜ୍ୟରେ କରୋନା ନେଲା ଆଉ ୫ ଜଣଙ୍କ ଜୀବନ, ୧୯୫୮ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ପବିତ୍ର ଶ୍ରୀରାମ ନବମୀ : କୋଭିଡ୍ କଟକଣାରେ ପାଳନ ହେବ ଉତ୍ସବ, ଆଜିଠୁ ଟ୍ବିନସିଟିର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ
  • ||
  • ଯାଜପୁର : ବରଗଛରୁ ମିଳିଲା ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ପଦ୍ମପୁରରେ ମାତିଲା ଦନ୍ତା, ଶୌଚ ପାଇଁ ଯାଇଥିବାବେଳେ ୩ ଜଣଙ୍କୁ ଦଳିଦେଲା
  • ||

ୟୁପି ବରେଲିର ବିଧାୟକଙ୍କ ଝିଅର ବିବାହକୁ ନେଇ ଭାଇରାଲ ହେଲା ଭିଡିଓ : ବାପା ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ଭିଡିଓରେ ଜଣାଇଲେ ଝିଅ ସାକ୍ଷୀ , ପୋଲିସକୁ ମାଗିଲେ ସୁରକ୍ଷା

11/07/2019 at 2:16 PM

ବରେଲି ୧୧/୭: ମରାଠୀ ଫିଲ୍ମ ସୈରଟ ଓ ହିନ୍ଦି ଫିଲ୍ମ ଧଡ଼କର କାହାଣୀକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ହୁଏ ।  ଯେଉଁଥିରେ ଜଣେ ବିଧାୟକଙ୍କ ସାହସୀ ଝିଅ ଜଣେ ଦଳିତ ପୁଅକୁ ଘରୁ ପଳାଇଯାଇ ବିବାହ କରେ। ପରେ ଘର ଲୋକଙ୍କ ଜୁଲମକୁ ସାମ୍ନା କରେ। ତେବେ ସତ କାହାଣୀ ଏବେ ବରେଲିରେ ଚର୍ଚ୍ଚାର କେନ୍ଦ୍ରରେ ରହିଛି। ବିଜେପି ବିଧାୟକ ରାଜେଶ ମିଶ୍ରଙ୍କ ବିରୋଧରେ ଏକ ଭିଡିଓ ଜାରି କରି ତାଙ୍କ ଝିଅ ସାକ୍ଷୀ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି କରିଛନ୍ତି।

ଜଣେ ସାଧାରଣ ଦଳିତ ଘରର ପୁଅ ତଥା ତାଙ୍କ ବୟଫ୍ରେଣ୍ଡ ଅଭିକୁ ଲୁଚିକି ବାହା ହୋଇଛନ୍ତି ସାକ୍ଷୀ । କିନ୍ତୁ ଏହା ପରେ ତାଙ୍କ ବାପା ଓ ତାଙ୍କ ଭାଇ ତାଙ୍କ ପଛରେ ପଡ଼ିଯାଇଥିବା ସେ ଏକ ଭିଡିଓ ଜାରି କରି ବଖାଣିଛନ୍ତି। ଭିଡିଓଟି ସେ ପୋଲିସ ମହାନିର୍ଦ୍ଦେଶକଙ୍କ ନିକଟକୁ ପଠାଇ ସେ ନିଜର ସୁରକ୍ଷା କାମନା କରିଛନ୍ତି। ଶୁଣନ୍ତୁ ଏହି ଭିଡିଓରେ କଣ ବଖାଣିଛନ୍ତି ସାକ୍ଷୀ।

  ଏମିତି ଦୁଇଟି ଭିଡିଓ ଜାରି କରିଛନ୍ତି ଯାହାକି ନେଟ୍ ଦୁନିଆରେ ଖୁବ ଭାଇରାଲ ହୋଇଛି । ଅନ୍ୟପଟେ ବିଧାୟକ ରାଜେଶ ମିଶ୍ର ନିଜ ପ୍ରତିକ୍ରିୟାରେ  କହିଛନ୍ତି ଏହାକୁ ମୁଁ ବିରୋଧ କରୁନାହିଁ । କିନ୍ତୁ ମୋ ଝିଅର ଭବିଷ୍ୟତ ନେଇ ଚିନ୍ତିତ । ସେପଟେ ପୋଲିସ କିନ୍ତୁ ଉଭୟଙ୍କୁ ସୁରକ୍ଷା ଦେବାକୁ ଭରସା ଦେଇଛି। କିନ୍ତୁ ଉଭୟ କେଉଁଠାରେ ଅଛନ୍ତି ପୋଲିସ ପାଖରେ ସ୍ପଷ୍ଟ ସୂଚନା ନାହିଁ ବୋଲି ଡିଆଇଜି କହିଛନ୍ତି।

   Related Posts