ବିଜେପିରେ ଅଲ୍ ଇଜ୍ ନଟ୍ ଓ୍ଵେଲ୍: ଶିବରାଜଙ୍କ କ୍ୟାବିନେଟ୍ ସଂପ୍ରସାରଣ ପରେ ବିଜେପି ବିଧାୟକ ଖପ୍ପା, କୁହୁଳୁଛି ନିଆଁ

Published By : Prameya-News7 Bureau | January 04, 2021 IST

ଭୋପାଳ ୦୪।୦୧: ମଧ୍ୟ ପ୍ରଦେଶରେ ଶିବରାଜ ସିଂହ ଚୌହ୍ଵାନଙ୍କ ନେତୃତ୍ଵାଧୀନ ସରକାରର ରବିବାର ମନ୍ତ୍ରିମଣ୍ଡଳର ସଂପ୍ରସାରଣ ହୋଇଛି। ହେଲେ ଏହାର ୨୪ ଘଣ୍ଟା ନପୂରୁଣୁ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦଳରେ ଅସନ୍ତୋଷର ବହ୍ନି ଜଳିବା ଆରମ୍ଭ ହୋଇଛି। ରବିବାର ହୋଇଥିବା ଶିବରାଜ କ୍ୟାବିନେଟ୍  ବିସ୍ତାରରେ ମହାକୌଶଳ କ୍ଷେତ୍ରର ବିଧାୟକଙ୍କୁ ଅଣଦେଖାକୁ ନେଇ ପୂର୍ବତନ ମନ୍ତ୍ରୀ ଓ ବିଜେପିର ବରିଷ୍ଠ  ନେତା ଅଜୟ ବିଶ୍ନୋଇ ନିଜ ସରକାର ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି। ଦଳରେ ଅସନ୍ତୋଷର ନିଆଁ କୁହୁଳୁଛି।

ଅଜୟ ବିଶ୍ନୋଇ ସୋମବାର ଟ୍ଵିଟ୍ କରି ଖୋଲାଖୋଲି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ମହାକୌଶଳ ଏବେ ଉଡି ପାରିବ ନାହିଁ। କେବଳ ଫଡଫଡ ହେବ। ମଧ୍ୟ ପ୍ରଦେଶରେ ସରକାରର ପୂର୍ଣ୍ଣ ବିକାଶ ହେବ। ଗ୍ଵାଲିୟର, ଚମ୍ବଲ, ଭୋପାଳ, ମାଲଓ୍ଵା କ୍ଷେତ୍ରର ପ୍ରତି ଦୁଇ  ଜଣଙ୍କ ମଧ୍ୟରୁ ଜଣେ ବିଧାୟକ ମନ୍ତ୍ରୀ ହୋଇଛନ୍ତି। ସାଗର, ଶହଡୋଲର ପ୍ରତି ତିନି ଜଣଙ୍କ ମଧ୍ୟରୁ ଜଣେ ମନ୍ତ୍ରୀ ହୋଇଛନ୍ତି।

wp:html /wp:html

ବିଧାୟକ ବିଶ୍ନୋଇ ଆକ୍ଷେପ କରି କହିଛନ୍ତି, ମହାକୌଶଳର ୧୩ ବିଜେପି ବିଧାୟକଙ୍କ ମଧ୍ୟରୁ ଜଣେ ଏବଂ ରିଭା କ୍ଷେତ୍ରର ୧୮ ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ମନ୍ତ୍ରୀ ହେବାର ସୌଭାଗ୍ୟ ମିଳିଛି। ମହାକୌଶଳ ଏବଂ ବିନ୍ଧ୍ୟ ଏବେ କେବଳ ଫଡଫଡ ହୋଇ ପାରିବେ କିନ୍ତୁ ଉଡି ପାରିବେ ନାହିଁ। ସେମାନଙ୍କୁ ଖୋସାମତ କରିବାକୁ ପଡିବ। ଅଭିନନ୍ଦନ।

ଶିବରାଜ କ୍ୟାବିନେଟ୍‌ରେ ସିନ୍ଧିଆ ସମର୍ଥକଙ୍କୁ ଅଧିକ ପଦ ଦେବା କାରଣରୁ କ୍ଷମତାଧାରୀ ଦଳ ସାମ୍ନାରେ ନିଜର ବିଧାୟକଙ୍କୁ ଉଚିତ୍ ପଦ ପଦବୀ ଦେବାରେ ସମସ୍ୟା ହେଉଛି। ଶିବରାଜ କ୍ୟାବିନେଟ୍‌ରେ ଏବେ ସିନ୍ଧିଆ ସମର୍ଥକଙ୍କ ମୋଟ୍ ୧୧ ମନ୍ତ୍ରୀ ରହିଛନ୍ତି। କଂଗ୍ରେସ ମଧ୍ୟ ଅଭିଯୋଗ କରିଛି ଯେ, ଶିବରାଜ ସରକାରରେ ଯେଉଁଭଳି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଦବଦବା ରହିଛି, ସେଥିରୁ ଏହା ପ୍ରମାଣିତ ହେଉଛି ଯେ ବିଜେପିରେ ଏବେ ନିଜ ନେତାଙ୍କ ପାଇଁ ମଧ୍ୟ କୌଣସି ସ୍ଥାନ ନାହିଁ। ଏମିତି ସମୟରେ ଅଜୟ ବିଶ୍ନୋଇଙ୍କ ଟ୍ଵିଟ୍ କଂଗ୍ରେସକୁ ବିଜେପି ଉପରେ ଆକ୍ରମଣ କରିବା ପାଇଁ ଆଉ ଏକ ଅସ୍ତ୍ର ମିଳି ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.