ଖୋଲାଖୋଲି ଭାବେ ଲକଡାଉନ୍ ଉଲ୍ଲଙ୍ଘନ କଲେ ବିଜେପି ବିଧାୟକ : ଶହ ଶହ ଲୋକଙ୍କୁ ବାଣ୍ଟିଲେ ରାସନ ସାମଗ୍ରୀ

Published By : Prameya-News7 Bureau | April 10, 2020 IST

ରାଞ୍ଚି ୧୦/୪: ଝାଡ଼ଖଣ୍ଡର ଧନବାଦରେ ଗୁରୁବାର ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ଏଠାକାର ଭାରତୀୟ ଜନତା ପାର୍ଟିର ବିଧାୟକ ରାଜ ସିହ୍ନା ଲକଡାଉନର ଚିନ୍ତା ନକରି ଶହ ଶହ ଲୋକଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବାଣ୍ଟିଛନ୍ତି। ଝାଡ଼ଖଣ୍ଡ ମଇଦାନରେ ମୋଦି ଆହାର ବିତରଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଯେଉଁଥିରେ ଶହ ଶହ ଗରିବ ଲୋକ ଏକାଠି ହୋଇଥିଲେ।

ଏହି କାର୍ଯ୍ୟକ୍ରମରେ ଖାଦ୍ୟ ସାମଗ୍ରୀ ବଣ୍ଟାଯାଉଥିଲା। ଏହି କାର୍ଯ୍ୟକ୍ରମର ଆୟୋଜନ ଏପରି ସମୟରେ କରାଯାଇଥିଲା ଯେତେବେଳେ ପୂରା ଦେଶରେ ଲକଡାଉନ୍ ଚାଲିଛି ଏବଂ ଲୋକେ ଘରେ ଆଇସୋଲେସନରେ ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଲୋକଙ୍କୁ ସାମାଜିକ ଦୂରତ୍ବ ରଖିବାକୁ ଅପିଲ କରିଛନ୍ତି କିନ୍ତୁ ତାଙ୍କ ପାର୍ଟିର ବିଧାୟକ ତାଙ୍କ ଆହ୍ବାନକୁ ଖୋଲାଖୋଲିଭାବେ ଉଲ୍ଲଙ୍ଘନ କରିଥିଲେ।

ଝାଡ଼ଖଣ୍ଡରେ ଯେଉଁଭଳି ଭାବେ କରୋନାର ମାମଲା ବଢ଼ୁଛି ଏହାକୁ ଧ୍ୟାନରେ ରଖି ଏତେ ଲୋକଙ୍କୁ ଏକତ୍ର କରିବା ଏବଂ ବଡ଼ କାର୍ଯ୍ୟକ୍ରମ ଆୟୋଜିତ କରିବା କେତେ ଭୟଙ୍କର ହୋଇପାରେ ଏହାକୁ ସହଜରେ ବୁଝାଯାଇପାରିବ। ଝାଡ଼ଖଣ୍ଡରେ ଗୋଟିଏ ଦିନରେ କରୋନାର ମାମଲା ବଢ଼ି ୪ରୁ ୧୩ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.