ବିଜେପିରେ ବି ବିଦ୍ରୋହୀ: ଶିବରାଜଙ୍କ ସହ ରାଜଭବନ ନଯାଇ କମଲନାଥଙ୍କୁ ଭେଟିଲେ ବିଧାୟକ

Published By : Prameya-News7 Bureau | March 16, 2020 IST

ଭୋପାଳ, ୧୬|୦୩:  ମଧ୍ୟ ପ୍ରଦେଶ ରାଜନୈତିକ ସଙ୍କଟ ମଧ୍ୟରେ ସୋମବାର ବିଜେପି ନିଜର ୧୦୬ ବିଧାୟକଙ୍କୁ ରାଜଭବନ ନେଇଥିଲା। ଏପରିକି ରାଜ୍ୟପାଳଙ୍କ ଆଗରେ ପରେଡ୍ ମଧ୍ୟ କରିଥିଲା। କିନ୍ତୁ ଦଳର ଜଣେ ବିଧାୟକ ରାଜଭବନ ଯାଇନଥିଲେ। କିନ୍ତୁ ସେ କମଲନାଥଙ୍କୁ ସାକ୍ଷାତ କରିଥିଲେ।

{"id":239444,"width":750,"height":468,"sizeSlug":"large"}

ମେହରର ବିଜେପି ବିଧାୟକ ନାରାୟଣ ତ୍ରିପାଠୀ ସୋମବାର ଭୋପାଳରେ ଥିଲେ। ବିଧାନସଭାର ଅଧିବେଶନ ମାର୍ଚ୍ଚ ୨୬ ଯାଏଁ ସ୍ଥଗିତ ରହିବା ପରେ ସେ ଗୃହରୁ ବାହାରିଥିଲେ ମଧ୍ୟ ରାଜଭବନ ଯାଇନଥିଲେ। ବରଂ କମଲନାଥଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଁଚିଥିଲେ। ଉଭୟ ନେତାଙ୍କ ମଧ୍ୟରେ ୨୦ ମିନିଟ ଧରି ଆଲୋଚନା ହୋଇଥିଲା। ଏହାପରେ ନାରାୟଣ ଗଣମାଧ୍ୟମ ପ୍ରତିନିଧୀଙ୍କ ସହ ଆଲୋଚନା କରିଥିଲେ। ସେ ସମସ୍ତଙ୍କ ସହ ମିଶନ୍ତି ଓ ଶିବରାଜଙ୍କୁ ମଧ୍ୟ ଭେଟିବେ ବୋଲି କହିଥିଲେ।

{"id":239445,"width":745,"height":419,"sizeSlug":"large"}

ରାଜଭବନ ନଯିବା ପ୍ରଶ୍ନରେ ସେ କହିଥିଲେ, ତାଙ୍କର ଇଚ୍ଛା ନଥିଲା। ସେ ଏବେ ବିଜେପିର ବିଧାୟକ ଅଛନ୍ତି। ଆଗକୁ କଣ ହେବ ସମୟ କହିବ ବୋଲି ସେ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.