Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

କରୋନାରେ ବିଜେପି ବିଧାୟକ ଯୁଗଳ କିଶୋରଙ୍କ ପରଲୋକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

10/05/2021 at 9:22 PM

ଭୋପାଳ ୧୦/୫: ମଧ୍ୟପ୍ରଦେଶରେ କରୋନା ବେକାବୁ ହୋଇପଡ଼ିଥିବା ବେଳେ ଲୋକେ ପ୍ରାଣ ହରାଉଛନ୍ତି। ଏବେ ରାଜ୍ୟର ପୂର୍ବତନ ମନ୍ତ୍ରୀ ଏବଂ ବିଜେପି ବିଧାୟକ ଯୁଗଳ କିଶୋର ବାଗ୍ରିଙ୍କ କରୋନାରେ ପରଲୋକ ହୋଇଯାଇଛି। ଦୀର୍ଘ ସମୟ କରୋନରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ ବାଗ୍ରି। ସୋମବାର ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଥିଲା ପରେ ତାଙ୍କ ନିଧନ ହୋଇଯାଇଛି। ଗୁରୁବାର କରୋନା ସଂକ୍ରମିତ ଜଣାପଡ଼ିବା ପରେ ଯୁଗଳ କିଶୋରଙ୍କୁ ବିର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଡାକ୍ତରଙ୍କ ଅନୁସାରେ ତାଙ୍କର ଫୁସଫୁସ୍‌ ୩୦ ପ୍ରତିଶତ ସଂକ୍ରମିତ ହୋଇଥିଲା। ଏହି ସଂକ୍ରମଣ ଲଗାତାର ବଢ଼ିଥିଲା। ପରେ ଶୁକ୍ରାବର ତାଙ୍କୁ ଭୋପାଳର ବଂସଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିନଥିଲା। ପରେ ପୁଣି ଚିରାୟୁ ହସ୍ପିଟାଲକୁ ବାଗ୍ରିଙ୍କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ବିଧାୟକଙ୍କ ମୃତ୍ୟୁ ଖବର ଶୁଣିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ  କମଳନାଥ ଟ୍ବିଟ୍‌ କରି ଶୋକ ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଟ୍ବିଟ୍‌ରରେ ଲେଖିଛନ୍ତି, ବିଜେପିର ବରିଷ୍ଠ ନେତା ତଥା ରେଗାଉଁର ବିଧାୟକ ଯୁଗଳ କିଶୋରଙ୍କ ପରଲୋକ ନେଇ ଦୁଃଖଦ ଖବର ମିଳିଛି। ଇଶ୍ବର ତାଙ୍କର ଅମର ଆତ୍ମାକୁ ଶାନ୍ତି ଦିଅନ୍ତୁ।

ଅନ୍ୟପଟେ ସୋମବାର ଦିନ ଜବଲପୁରରେ ସିଏମ ଚୌହାନ ବ୍ଲାକ ଫଙ୍ଗସ୍‌ ଏବଂ ଆଗାମୀ କରୋନାର ତୃତୀୟ ଲହରକୁ ନେଇ ଚିନ୍ତା ବ୍ୟକ୍ତ କରିବା ସହ ବିଶେଷଜ୍ଞ ଟିମ୍‌ ଗଠନ କରାଯାଇଥିବା ବେଳେ ଏହା ଉପରେ ଗବେଷଣା ଜାରି ରହିଛି ବୋଲି କହିଛନ୍ତି। କରୋନାର ତୃତୀୟ ଲହର ପିଲାମାନଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି କୁହାଯାଉଥିବା ବେଳେ ଟିମ୍‌ ସମସ୍ତ ଦିଗ ଉପରେ ନଜର ରଖିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।  

   Related Posts