ବିଜେପି ବିଧାୟକ ଗିରଫ, ଜୁଆ ଖେଳୁଥିବା ବେଳେ ବାନ୍ଧିଲା ପୋଲିସ

Published By : Prameya-News7 Bureau | July 02, 2021 IST

ଅହମ୍ମଦାବାଦ,୦୨/୦୭ : ଜୁଆ ଖେଳୁଥିଲେ ବିଜେପି ବିଧାୟକ । ଧରିଲା ପୋଲିସ । ଗୁଜୁରାଟର ଜଣେ ବିଜେପି ବିଧାୟକ ଜୁଆ ଖେଳୁଥିବା ବେଳେ ଧରା ପଡିଛନ୍ତି । ଗିରଫ ବିଧାୟକ ହେଲେ କେଶରୀ ସିଂ ସୋଲାଙ୍କୀ । ଆହୁରି ମଧ୍ୟ ସେ ବେଆଇନ ଭାବେ ମଦ ରଖିବା ଅଭିଯୋଗ ହୋଇଛି । ପୋଲିସ ବିଧାୟକଙ୍କ ସମେତ ଅନ୍ୟ ୧୩ ଜଣଙ୍କୁ ମଧ୍ୟ ଗିରଫ କରିଛି । ସମସ୍ତଙ୍କୁ ପଞ୍ଚମହଲ ଜିଲ୍ଲାର ପାଓ୍ୱାଗଡରୁ ଗିରଫ କରାଯାଇଛି ।

ଗିରଫଦାରୀକୁ ନେଇ ପଞ୍ଚମହଲ ଏସପି ଲୀନା ପାଟିଲ୍ କହିଛନ୍ତି ଯେ, କ୍ରାଇମ୍ ବ୍ରାଞ୍ଚ୍ ଟିମ୍ ଜିମି କ୍ଲବ ରିସୋର୍ଟରେ ଚଢଉ କରିଥିଲା । ଏହି ସମୟରେ ସମସ୍ତଙ୍କୁ ଗିରଫ କରାଯାଇଛି । ଏହି କ୍ଲବ୍ ଗୋଧରା ପାଓ୍ୱାଗଡ ରାସ୍ତାରେ ଅବସ୍ଥିତ । ୧୫ଜଣ ଜୁଆ ଖେଳିବା ସହ ମଦ ପିଉଥୁବା ବେଳେ ଧରା ପଡିଛନ୍ତି ।ଏଥିରେ ଖେଡା ଜିଲ୍ଲା ମାତର ବିଧାନସଭା ଆସନରୁ ବିଧାୟକ ଥିବା କେଶରୀ ସିଂ ସୋଲାଙ୍କି ମଧ୍ୟ ରହିଛନ୍ତି । ବିଜେପି ବିଧାୟକଙ୍କ ଗିରଫଦାରୀକୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର୍ ଧରିଛି ।

ବିଧାୟକ କେଶରୀ ସିଂ ସୋଲାଙ୍କୀ ୨୦୨୦ ଜୁଲାଇ ମାସରେ ଚର୍ଚ୍ଚାର ପରିଧିକୁ ଆସିଥିଲେ । ସେ ଦଳର ହ୍ୱିପକୁ ନମାନି କ୍ରସ୍ ଭୋଟିଂରେ ସାମିଲ ଥିବା ଅଭିଯୋଗ ହୋଇଥିଲା । ସେ କଂଗ୍ରେସ ପ୍ରାର୍ଥୀଙ୍କ ସମର୍ଥରେ ଭୋଟ୍ ଦେଇଥିବା କୁହାଯାଉଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.