Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଆଉ ଜଣେ ବିଜେପି ବିଧାୟକଙ୍କ ପରଲୋକ, ୟୁପିରେ ୩ ଶାସକ ଦଳ ନେତାଙ୍କ ଜୀବନ ନେଲାଣି ମହାମାରୀ କରୋନା

28/04/2021 at 7:31 PM

ଲକ୍ଷ୍ନୌ ୨୮/୦୪ : ଆଉ ଜଣେ ବିଧାୟକଙ୍କ ଜୀବନ ନେଇଛି କରୋନା । ସାରାଦେଶରେ କରୋନା ମହାମାରୀ ଏବେ ବ୍ୟାପକ ହେବାରେ ଲାଗିଛି । ଏହାରି ମଧ୍ୟରେ ଉତ୍ତର ପ୍ରଦେଶ ନଓ୍ବାବ୍‌ଗଞ୍ଜ ବିଜେପି ବିଧାୟକ କେଶର ସିଂହ ଗଙ୍ଗଓ୍ବାରଙ୍କ ପରଲୋକ ହୋଇଛି । କରୋନାରେ ଆକ୍ରାନ୍ତ ହେବାପରେ ତାଙ୍କୁ ନୋଏଡାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

କେଶର ସିଂହ ଗଙ୍ଗଓ୍ବାରଙ୍କ ସମେତ ବର୍ତ୍ତମାନ ସୁଦ୍ଧା ଉତ୍ତର ପ୍ରଦେଶ ବିଜେପିର ୩ ଜଣ ବିଧାୟକ କରୋନାରେ ଆକ୍ରାନ୍ତ ହୋଇ ଜୀବନ ହାରିସାରିଲେଣି । ବିଧାୟକଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ବ୍ୟକ୍ତ କରିଛନ୍ତି ।

ଏହା ପୂର୍ବରୁ ଓରେୟା ବିଜେପି ବିଧାୟକ ରମେଶ ଦିବାକର ଏବଂ ପଶ୍ଚିମ ଲକ୍ଷ୍ନୌରୁ ବିଜେପି ବିଧାୟକ ସୁରେଶ ଶ୍ରୀବାସ୍ତବଙ୍କର କରୋନା ସଂକ୍ରମଣରେ ଦେହାନ୍ତ ହୋଇଥିଲା । କରୋନାରେ ସଂକ୍ରମିତ ହୋଇ ସୁରେଶ ଶ୍ରୀବାସ୍ତବଙ୍କ ପତ୍ନୀଙ୍କର ମଧ୍ୟ ଦେହାନ୍ତ ହୋଇଥିଲା ।

   Related Posts