Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ବିଜେପି ବିଧାୟକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ନିଜ ଦଳର ମହିଳା ନେତ୍ରୀ, ତଦନ୍ତ ଆରମ୍ଭ କଲା ପୋଲିସ

2/07/2021 at 6:35 PM

ହରିଦ୍ବାର ୦୨/ ୦୭ : ଉତ୍ତରାଖଣ୍ଡ ଜ୍ବାଲାପୁରର ବିଜେପି ବିଧାୟକ ସୁରେଶ ରାଠୋରଙ୍କ ନାଁରେ ଆସିଛି ଦୁଷ୍ମର୍ମ ଅଭିଯୋଗ । ନିଜ ଦଳର ହିଁ ଜଣେ ମହିଳା ତାଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ମହିଳାଙ୍କ ଅଭିଯୋଗ ଆଧାରରେ ବହାଦରାବାଦ ଥାନା ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି । ମହିଳାଜଣକ ଅଭିଯୋଗ କରିଛନ୍ତି ଯେ, କିଛି ମାସ ପୂର୍ବରୁ ବିଧାୟକ ସୁରେଶ ରାଠୋର ତାଙ୍କୁ ଦୁଷ୍କର୍ମ କରିଥିଲେ । କିନ୍ତୁ ବିଧାୟକ ତାଙ୍କୁ ବାରମ୍ବାର ଧମକ ଦେଉଥିବାରୁ ସେ ପୋଲିସ ନିକଟରେ ଅଭିଯୋଗ କରିବାକୁ ଭୟ କରୁଥିଲେ ।

ଏପରିକି ବିଧାୟକ ଜଣକ ନିଆଁରେ ପୋଡି ମାରିଦେବାକୁ ଧମକ ଦେଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଏ ନେଇ ବହାଦରାବାଦ ଥାନା ପୋଲିସ ବିଧାୟକ ସୁରେଶ ରାଠୋରଙ୍କ ନାଁରେ ଆଇପିସିର ଧାରା ୩୭୬ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା କହିଛନ୍ତି ଥାନା ଅଧିକାରୀ ମହେନ୍ଦ୍ର ପୁଣ୍ଡୀର । ଥାନାରୁ ଫୋନ କରାଯାଇଥିଲେ ସୁଦ୍ଧା ବିଧାୟକ କୌଣସି ଉତ୍ତର ଦେଉନଥିବାରୁ ମାମଲାକୁ ଆହୁରି ଗୁରୁତର ସହ ନେଇଛି ପୋଲିସ ।

ସେପଟେ ବିଧାୟକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ମହିଳାଙ୍କ ବିରୁଦ୍ଧ​‌ରେ ମଧ୍ୟ ମାମଲା ରୁଜୁ କରିଥିଲେ ବିଧାୟକ ରାଠୋର । ମେ ୨୬ ତାରିଖରେ ମହିଳାଙ୍କ ସମେତ ତାଙ୍କ ସ୍ବାମୀ ଏବଂ ଅନ୍ୟ ୩ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ । ବିଧାୟକ ସୁରେଶ ରାଠୋର ଅଭିଯୋଗ କରିଥିଲେ ଯେ, ମହିଳାଜଣକ କିଛି ଗଣମାଧ୍ୟମ କର୍ମୀଙ୍କ ସହ ମିଶି ତାଙ୍କୁ ବ୍ଲାକ୍‌ମେଲ କରୁଛନ୍ତି । ଅଶ୍ଳୀଳ ଭିଡିଓ ଭାଇରାଲ କରିଦେବାକୁ କହି ୩୦ ଲକ୍ଷ ଟଙ୍କା ଦାବି କରୁଛନ୍ତି । ତେବେ ଟଙ୍କା ନଦେବାରୁ ସେ ଦୁଷ୍କର୍ମ ଅଭିଯୋଗ ଆଣିଥିବା କହିଛନ୍ତି ବିଧାୟକ ।

ସେତେବେ​‌ଳେ ବିଧାୟକଙ୍କ ଅଭିଯୋଗ ଆଧାରରେ ପୋଲିସ ମହିଳାଙ୍କ ସମେତ ତାଙ୍କ ସ୍ବାମୀ ଏବଂ ଅନ୍ୟ ୩ ଜଣଙ୍କୁ ଗିରଫ କରିଥିଲା । ପରେ ମହିଳାଜଣକ ବିଧାୟକ ଦୁଷ୍କର୍ମ କରିଥିବା ନେଇ କୋର୍ଟର ଆଶ୍ରୟ ନେଇଥିଲେ । ଦଳର ଅନ୍ୟଜଣେ ମହିଳା ସଦସ୍ୟା କହିଛନ୍ତି, ମହିଳାଜଣକ ବିଧାୟକଙ୍କର ଖୁବ ଖାସ ଥିଲେ । ପାର୍ଟିର ରାଜନୈତିକ କାର୍ଯ୍ୟକ୍ରମ, ରାଲି, ବୈଠକରେ ବିଧାୟକଙ୍କ ପକ୍ଷରୁ ଉକ୍ତ ମହିଳା ହିଁ ସମସ୍ତ କାର୍ଯ୍ୟ ସମ୍ପାଦନ କରୁଥିଲେ ।

ସେପଟେ ବିରୋଧୀ କଂଗ୍ରେସ ଘଟଣାକୁ ନେଇ ପ୍ରବଳ ପ୍ରତିକ୍ରିୟା ପ୍ରକାଶ କରିଛି । ବିଧାୟକଙ୍କ ଇସ୍ତଫା ଦାବି କରିବା ସହିତ ତୁରନ୍ତ ଗିରଫ ଦାବି କରିଛି ପ୍ରଦେଶ କଂଗ୍ରେସ । ଦଳର ଉପାଧ୍ୟକ୍ଷ ଧିରେନ୍ଦ୍ର ପ୍ରତାପ କହିଛନ୍ତି, ରାଜ୍ୟ​‌ରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଲାଣି । ଖୋଦ ଶାସକ ଦଳର ନେତାମାନେ ମଧ୍ୟ ଏଭଳି ଜଘନ୍ୟ ଅପରାଧରେ ଲିପ୍ତ ରହୁଛନ୍ତି । ପୋଲିସ ଅଭିଯୁକ୍ତ ବିଧାୟକଙ୍କୁ ତୁରନ୍ତ ଗିରଫ କରୁ ବୋଲି କହିଛନ୍ତି କଂଗ୍ରେସ ନେତା ଧିରେନ୍ଦ୍ର ପ୍ରତାପ । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।  

   Related Posts