କରୋନାରେ ବିଜେପି ବିଧାୟକ ଗୌତମ ଲାଲ ମୀନାଙ୍କ ମୃତ୍ୟୁ, ଡାକ୍ତରଖାନାରେ ଚାଲିଥିଲା ଚିକିତ୍ସା

Published By : Prameya-News7 Bureau | May 19, 2021 IST

ରାଜସ୍ଥାନ୧୯/୫ : ବିଜେପି ବିଧାୟକ ଗୌତମ ଲାଲ ମୀନାଙ୍କ ପରଲୋକ । ଆଜି ସକାଳେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା । ରାଜସ୍ଥାନର ଧରିଆଭଦ୍ ବିଧାନସଭା ଆସନରୁ ବିଜେପି ବିଧାୟକ ଥିଲେ ଗୌତମ ଲାଲ ମୀନା ।

wp:html /wp:html

ଗତ କିଛିଦିନ ହେବ ସେ କରୋନାରେ ସଂକ୍ରମିତ ହୋଇ ଉଦୟପୁରର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ତିନିଥର ବିଧାୟକ ରହିଥିବା ମୀନାଙ୍କର ଏବେ ଜଣେ ପତ୍ନୀ ଏବଂ ଚାରି ପୁଅ ଅଛନ୍ତି । ତାଙ୍କ ମୃ୍ତ୍ୟୁ ପରେ ଏବେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.