କୋଭିଡ୍‌ ନିୟମ ନମାନି ରାଜନୈତିକ କାର୍ଯ୍ୟକ୍ରମ କରିବା ଅଭିଯୋଗରେ ବିଧାୟକଙ୍କ ନାଁରେ ଏତଲା

Published By : Prameya-News7 Bureau | June 28, 2021 IST

ରାଇରଙ୍ଗପୁର ୨୮/୬: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ନଜରରେ ରଖି ରାଜ୍ୟ ସରକାର କଟକଣା ଲଗାଇଛନ୍ତି। କିନ୍ତୁ କିଛି ଅମାନିଆ କଟକଣାକୁ ଫୁ କରି ସଭା ସମିତି, ଭୋଜି ଭାତ କରିବାରେ ବ୍ୟସ୍ତ।  ତେବେ ନିୟମ ଭାଙ୍ଗି ସାଧରଣ ଲୋକ, ଛୋଟ ଦୋକାନୀ ତଣ୍ଡ ଗଣୁଥିବା ବେଳେ କଣ  ରାଜନେତାଙ୍କୁ ସବୁ ମାଫ୍‌ ?

ସରକାରୀ ଦଳର ନେତା ଏବଂ କର୍ମୀମାନେ  ଖୁଲମଖୁଲା ନିୟମ ଭଙ୍ଗ କରି ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମ କରିବାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ସୋମବାର ବିଜେଡିର ମୟୁରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଧାୟକ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ । ରାଇରଙ୍ଗପୁର ସହରର କଲ୍ୟାଣ ମଣ୍ଡପରେ ସନ୍ଧ୍ୟା ସମୟରେ ଏକ କର୍ମୀ ସମ୍ମିଳନୀରେ ଯୋଗ ଦେବାକୁ ନେଇ ବିବାଦ ଉପୁଜିଛି ।

କୋଭିଡ ନିୟମର ଉଲ୍ଲଙ୍ଘନ କରିବା ଅଭିଯୋଗରେ ପ୍ରଣବ ପ୍ରକାଶ ଦାସଙ୍କ ସହିତ କଲ୍ୟାଣ ମଣ୍ଡପରେ କାର୍ଯ୍ୟକ୍ରମ କରିବାକୁ ଅନୁମତି ଦେବା ଅଭିଯୋଗରେ ନିର୍ବାହୀ ଅଧିକାରୀ ଭାଗବତ ପ୍ରସାଦ ମହାପାତ୍ର  ଓ ଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କ ନାମରେ ଥାନାରେ  ଲିଖିତ ଏତଲା ଦେଇଛନ୍ତି ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ । ପ୍ରଶାସନ ସାଧାରଣ ଲୋକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେଉଥିବା ବେଳେ ସରକାରୀ ଦଳକୁ ଅନୁକମ୍ପା ଦେଖାଉଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.