Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

କଂଗ୍ରେସ ପରେ ବିଜେପି, ମଧ୍ୟପ୍ରଦେଶର ବିଜେପି ମନ୍ତ୍ରୀ କଂଗ୍ରେସ ପ୍ରାର୍ଥୀଙ୍କ ପତ୍ନୀଙ୍କୁ କହିଲେ ‘ରକ୍ଷିତା’, ଏବେ ମିଳିଗଲା ଇସ୍ୟୁ

21/10/2020 at 4:24 PM

ଭୋପାଳ, ୨୧୧୦ମଧ୍ୟପ୍ରଦେଶରେ ୨୮ଟି ବିଧାନସଭାରେ ହେବାକୁ ଥିବା ଉପ ନିର୍ବାଚନ ପାଇଁ ବିଭିନ୍ନ ଦଳ ମଧ୍ୟରେ ବୟାନବାଜି ଜୋର୍ ଧରିଛି । ଅନେକ ନେତା ସୀମା ଲଙ୍ଘି ବିରୋଧିଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଉଛନ୍ତି  । ଏପରିକି ଆଉ କିଛି ନେତା ଅଶାଳୀନ ମଧ୍ୟ ମନ୍ତବ୍ୟ ଦେଉଥିବା ନଜର ଆସିଛି । ନିକଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ କ୍ୟାବିନେଚ୍ ମନ୍ତ୍ରୀ ଇମର୍ତ୍ତି ଦେବୀଙ୍କୁ ଆଇଟମ୍ କହିଥିଲେ । ଏବେ ଶିବରାଜଙ୍କ ମନ୍ତ୍ରୀ ତଥା ଅନୁପପୁରରୁ  ବିଜେପି ପ୍ରାର୍ଥୀ ବିରୋଧୀ କଂଗ୍ରେସ ପ୍ରାର୍ଥୀଙ୍କ ପତ୍ନୀଙ୍କ ପ୍ରତି ଅଶାଳୀନ ଭାଷା ପ୍ରୟୋଗ କରିଛନ୍ତି ।

ବିଜେପି ପ୍ରାର୍ଥୀ ବିସାହୁଲାଲ ସିଂ କଂଗ୍ରେସ ପ୍ରାର୍ଥୀ ବିଶ୍ୱନାଥ ସିଂଙ୍କ ପତ୍ନୀଙ୍କୁ ରକ୍ଷିତା ବୋଲି କହିଛନ୍ତି । ଏହି ମନ୍ତବ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ବିସାହୁଲାଲ କହିଛନ୍ତି ଯେ, କଂଗ୍ରେସ ପ୍ରାର୍ଥୀ ବିଶ୍ୱନାଥ ନିଜ ନାମାଙ୍କନ ପ୍ରରେ ପ୍ରତମ ପତ୍ନୀଙ୍କ ବଦଳରେ ରକ୍ଷିତାଙ୍କ ନାଁ ଉଲ୍ଲେଖ କରିଛନ୍ତି । ସୂଚନାଯୋଗ୍ୟ, ବିଶ୍ୱନାଥଙ୍କ ପ୍ରଥମ ପତ୍ନୀଙ୍କ ପରଲୋର ହୋଇଯାଇଛି । ଏହାପରେ ସେ ରାଜାବତୀ ସିଂଙ୍କୁ ବିବାହ କରିଥିଲେ ।

ଭିଡିଓ ଭାଇରାଲ ହେବା ପରେ ମଧ୍ୟପ୍ରଦେଶ କଂଗ୍ରେସ ଏହା ଉପରେ ପ୍ରତିକ୍ରିୟା ରଖିଛି । କଂଗ୍ରେସ ମୁଖପାତ୍ର ସୟଦ ଜାଫର କହିଛନ୍ତି ଯେ, ଶିବରାଜ ସିଂଙ୍କ ପ୍ରାର୍ଥୀ ଯେପରି ଶବ୍ଦ ପ୍ରୟୋଗ କରୁଛନ୍ତି ତାହା ବିଜେପିର ଅସଲ ଚେହେରା ପଦାରେ ପକାଇଛି । ଏହାକୁ ମହିଳାଙ୍କ ପ୍ରତି ଅପମାନ ବୋଲି କୁହାଯାଏ ବୋଲି ସେ ଟ୍ୱିଟରରେ କହିଛନ୍ତି ।

   Related Posts