Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ବିଜେପି ଛାଡି ବିଜେଡିର ଯୋଗଦେବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲେ ପ୍ରଦୀପ ନାୟକ

24/03/2019 at 10:39 AM

ଭୁବନେଶ୍ବର ୨୪|୩ : କଳାହାଣ୍ଡି ଲୋକସଭା ଆସନରୁ ଆଶାୟୀ ଥିବା ପ୍ରଦୀପ ନାୟକଙ୍କୁ ଟିକେଟ୍‌ ମିଳିନାହିଁ। ଫଳରେ ସେ ଅସନ୍ତୁଷ୍ଟ ହୋଇ ନିଜ ଦଳର ନିଷ୍ପତ୍ତି ନେଇ କ୍ଷୋଭ ପ୍ରକାଶ କରିଥିଲେ। ନିଜ ଅସନ୍ତୋଷକୁ ଦଳୀୟ ନେତୃତ୍ବଙ୍କୁ ମଧ୍ୟ ଜଣାଇ ଦେଇଥିଲେ। ଏପରିକି ପ୍ରଦୀପ ବିଜେପି ଛାଡି ବିଜେଡିକୁ ଯିବେ ବୋଲି ଚର୍ଚ୍ଚା ଜୋର୍‌ ଧରିଥିଲା। କିନ୍ତୁ ତାଙ୍କୁ ମନାଇବା ପାଇଁ ଦଳ ପକ୍ଷରୁ ଉଦ୍ୟମ ଚାଲିଥିଲା। ଫଳରେ ପ୍ରଦୀପ ସନ୍ତୁଷ୍ଟ ହୋଇଯାଇଛନ୍ତି। ଦଳୀୟ ନିଷ୍ପତ୍ତିକୁ ମାନିନେଇଛନ୍ତି ପ୍ରଦୀପ।

ଗତକାଲି ରାତିରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପ ନାୟକ କହିଛନ୍ତି ଯେ, ବିଜେଡିରେ ଯୋଗଦେବା ଘଟଣା ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ। ସେ ବିଜେପିରେ ରହିଛନ୍ତି ଓ ଅନ୍ୟ ଦଳକୁ ଯିବାର ନାହିଁ ବୋଲି କହିଥିଲେ । ମାତ୍ର ଏଭଳି ଚର୍ଚ୍ଚା ଭିତ୍ତିହୀନ ବୋଲି ସେ କହିଥିଲେ। ଚଳିତ ନିର୍ବାଚନରେ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ସୁନିଶ୍ଚିତ ହେବ।

ସୂଚନାଯୋଗ୍ୟ ଯେ, ୨୦୧୪ରେ କଳାହାଣ୍ଡି ଲୋକସଭା ଆସନରୁ ବିଜେପି ଟିକେଟ୍ ରେ ନିର୍ବାଚନ ଲଢି ହାରିଯାଇଥିଲେ ପ୍ରଦୀପ । ଚଳିତ ନିର୍ବାଚନ ପାଇଁ ସେ କଳାହାଣ୍ଡି ଲୋକସଭା ଆସନ ପ୍ରାର୍ଥୀ ହେବା ପାଇଁ ସେ ଆଶାୟୀ ଥିଲେ । ମାତ୍ର ଦଳ କଳାହାଣ୍ଡି ଆସନରୁ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି । ତେବେ ଭବାନୀପାଟଣା ବିଧାନସଭା ଆସନ ପାଇଁ ଦଳ ତାଙ୍କୁ ପ୍ରାର୍ଥୀ କରିଛି । ଫଳରେ ସେ ଅସନ୍ତୁଷ୍ଟ ଥିଲେ ।

   Related Posts