ବିଜେପି ଟିକେଟ୍ ଦେଇଥିବା ସତ୍ତ୍ବେ ବିଜେଡିରେ ମିଶିଲେ ବିଜେପି ପ୍ରାର୍ଥୀ ଭାଗିରଥୀ ସେଠୀ

Published By : Prameya-News7 Bureau | March 29, 2019 IST

ଭୁବନେଶ୍ବର ୨୯|୩ : ବିଜେଡିରେ ଯୋଗଦେଲେ ଭାଗିରଥୀ ସେଠୀ । ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡି ଦଳରେ ଯୋଗଦେଇଛନ୍ତି । ତେବେ ଭାଗିରଥୀ ଆନନ୍ଦପୁରରୁ ଲଢିବା ପାଇଁ ବିଜେପିରୁ ଟିକେଟ୍ ପାଇଥିଲେ । ତେବେ ସେ ବିଜେପି ଛାଡି ବିଜେଡିରେ ଯୋଗଦେଇଛନ୍ତି ।

ସୂଚାଯୋଗ୍ୟ ଯେ, ୨୦୦୯ ସାଧାରଣ ନିର୍ବାଚନରେ ବିଜେଡିରୁ ଟିକେଟ୍ ପାଇ ନିର୍ବାଚନ ଲଢି ଜିତିଥିଲେ ଭାଗୀରଥି ସେଠୀ । ତେବେ ୨୦୧୪ ସାଧାରଣ ନିର୍ବାଚନରେ ତାଙ୍କୁ ବାଦ୍ ଦେଇ ବିଜେଡି ମାୟାଧର ଜେନାଙ୍କୁ ଟିକେଟ୍ ଦେଇଥିଲା । ଫଳରେ ସେ ଅସନ୍ତୁଷ୍ଟ ଥିଲେ । ତେଣୁ ଭାଗୀରଥି ୨୦୧୪ରେ ବିଜେଡି ଛାଡି ବିଜେପିରେ ଯୋଗଦେଇଥିଲେ । ମାତ୍ର ଚଳିତ ନିର୍ବାଚନରେ ଆନନ୍ଦପୁରରୁ ନିର୍ବାଚନ ଲଢିବା ପାଇଁ ତାଙ୍କୁ ବିଜେପି ଦଳରୁ ଟିକେଟ୍ ମିଳିଥିଲେ ମଧ୍ୟ ସେ ବିଜେଡିକୁ ପୁର୍ନବାର ଫେରିଛନ୍ତି । ଆଜି ବିଧିବଦ୍ଧ ଭାବେ ସେ ନବୀନ ନିବାସରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ତେବେ ଆନନ୍ଦପୁରରି ବିଜେଡି ଭାଗିରଥୀଙ୍କୁ ଟିକେଟ୍ ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.