ଇଭିଏମ୍ କଣ୍ଟ୍ରୋଲ ୟୁନିଟ୍ ଭଙ୍ଗାରୁଜା ଘଟଣା : ବିଜେପି ପ୍ରାର୍ଥୀ ଗିରଫ

Published By : Prameya-News7 Bureau | April 19, 2019 IST

ସୋରଡା ୧୯|୪: ଦିତୀୟ ପର୍ଯ୍ୟାୟ ମତଦାନ ବେଳେ ଇଭିଏମ୍ କଣ୍ଟ୍ରୋଲ ୟୁନିଟ୍ ଭଙ୍ଗାରୁଜା ଘଟଣା । ସୋରଡା ନିର୍ବାଚନ ମଣ୍ଡଳୀ  ପାଇଁ  ପ୍ରତିଦ୍ବନ୍ଦିତା କରୁଥିବା ବିଜେପି ପ୍ରାର୍ଥୀ  ନୀଳମଣି ବିଷୋୟୀ  ଗିରଫ ।   ୧୮୨ନମ୍ବର ବୁଥ୍ ରେ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି । ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀଙ୍କ ସହ ୮ରୁ ୧୦ଜଣ ବ୍ୟକ୍ତି ବୁଥ୍ ଭିତରେ ପଶି କଣ୍ଟ୍ରୋଲ ୟୁନିଟ୍ ଭାଙ୍ଗି ଦେଇଥିଲେ ।   ସମସ୍ତ ଘଟଣା   ସିଇଓଙ୍କୁ ଅବଗତ କରାଇଥିଲେ ଜିଲ୍ଲାପାଳ ।  ଉକ୍ତ ବୁଥ୍ ର ମୋଟ  ୫୩୯ ଜଣ ଭୋଟରଙ୍କ ମଧ୍ୟରୁ ୪୧୪ ଜଣ ଭୋଟ ଦେଇସାରିଥିଲେ ।  ତେବେ ଏହି ବୁଥ୍ ରେ  ସାନି ମତଦାନ ହେବକି ନାହିଁ ସେନେଇ ସିଇସି ନିଷ୍ପତି ନେବେ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୁଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.