କୋର୍ଟରେ ହାଜର ନହେବାକୁ ନେଇଥିଲେ କରୋନାର ସାହାରା, ବିଜେପି ବିଧାୟକ ଓ ଡାକ୍ତରଙ୍କ ନାଁରେ ମାମଲା ରୁଜୁ

Published By : Prameya-News7 Bureau | December 27, 2020 IST

ଲକ୍ଷ୍ନୌ ୨୭/୧୨: କୋର୍ଟରେ ହାଜର ନହେବାକୁ କରୋନା ଭରସା। କରୋନା ପଜିଟିଭ୍ ରିପୋର୍ଟ ଦେଖାଇ କୋର୍ଟରେ ହାଜର ହୋଇନଥିଲେ ବିଧାୟକ। ଏନେଇ ଜଣାପଡ଼ିବା ପରେ ବିଧାୟକ ଓ ରିପୋର୍ଟ କରାଇଥିବା ଡାକ୍ତରଙ୍କ ବିରୋଧରେ ଥାନରେ ମାମଲା ରୁଜୁ ହୋଇଛି। ନକଲି କରୋନା ରିପୋର୍ଟ ​ ଦେଖାଇ ହରଡ଼ଘଣାରେ  ଉତ୍ତରପ୍ରଦେଶ ମେନ୍ଧୁଆଲର ବିଜେପି ବିଧାୟକ ରାକେଶ ବଘେଲ।

ମିଳିଥିବା ସୂଚନା ଅନୁସାରେ ୨୦୧୦ର ଏକ ମାମଲାରେ ସମ୍ପୃକ୍ତି ନେଇ ଏମପି/ଏମଏଲଏ କୋର୍ଟରେ ହାଜର ହେବାକୁ ବିଧାୟକ ରାକେଶ ବଘେଲଙ୍କୁ ନିର୍ଦେଶ ଥିଲା। କୋର୍ଟ ନଯିବାକୁ ଯୋଜନା କରି ବିଧାୟକ ଏକ ନକଲି କରୋନା ପଜିଟିଭ୍‌ ରିପୋର୍ଟ ଦାଖଲ କରିଥିଲେ। ତେବେ ରାକେଶଙ୍କ ରିପୋର୍ଟ ସିଏମଓ  ହରଗୋବିନ୍ଦ ସିଂହ କୋର୍ଟରେ ଦାଖଲ କରିଥିଲେ। ଏହା ସହ ଏକ ଘରୋଇ ଲାବ୍‌ରେ ପରୀକ୍ଷା କରାଇବା ପରେ ବିଧାୟକ ହୋମ ଆଇସୋଲେସନ୍‌ରେ ଅଛନ୍ତି ବୋଲି ଡାକ୍ତର କହିଥିଲେ।

{"id":383509,"sizeSlug":"large","linkDestination":"none"}

ଅନ୍ୟପଟେ ବିଧାୟକ ହୋମ ଆଇସୋଲେସନ୍‌ରେ ଥିବା ଜାଣିବା ପରେ ଆଇସୋଲେସନ୍‌ ସର୍ଭିଲାନ୍ସ ଟିମ୍ ରାକେଶଙ୍କ ଘରେ ପହଞ୍ଚିଥିଲା। କିନ୍ତୁ ରାକେଶ ଘରେ ନଥିବା ବେଳେ ଫୋନ ମଧ୍ୟ ଉଠାଇନଥିଲେ ବୋଲି ସର୍ଭିଲାନ୍ସ ଟିମ୍‌ର ଡାକ୍ତର ବିବେକ କୁମାର ଶ୍ରୀବାସ୍ତବ କୋର୍ଟରେ କହିଥିଲେ।

ସତ ଧରିପଡ଼ିବା ପରେ କୋର୍ଟଙ୍କ ନିର୍ଦେଶ କ୍ରମେ ରାକେଶ  ବଘେଲ ଓ ଡାକ୍ତର ହରଗୋବିନ୍ଦ ସିଂହଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ। ଗୋମତିନଗର ବାସିନ୍ଦା ରାକେଶ ବଘେଲ ପ୍ରଥମ ଥର ବିଜେପି ଟିକେଟରୁ ବିଧାୟକ ହୋଇଛନ୍ତି। ସେ ୨୦୧୭ ନିର୍ବାଚନରେ ମେଦ୍ଧୁଆଲରୁ ବିଜୟୀ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.